ପରମେଶ୍ୱର ଏଦନ ଉଦ୍ୟାନରେ ସଦସତ୍ ଜ୍ଞାନ ଦାୟକ ବୃକ୍ଷ ରୋପଣ କଲେ, କାରଣ ଆଦମ ଓ ହବା ସମ୍ପୂର୍ଣ୍ଣ ନ ଥିଲେ। ସମ୍ପୂର୍ଣ୍ଣ ଲୋକମାନଙ୍କ ନିମନ୍ତେ ବ୍ୟବସ୍ଥା ପ୍ରତିବନ୍ଧକ ହୋଇ ନ ଥାଏ। ୧ତୀମ ୧:୯ 『ନରହତ୍ୟା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ମିଥ୍ୟାଶପଥକାରୀମାନଙ୍କ...』 ନିମନ୍ତେ ପ୍ରସ୍ତୁତ ହୋଇଅଛି। ଯେଉଁମାନେ ସମ୍ପୂର୍ଣ୍ଣ ନୁହଁନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ପ୍ରତିବନ୍ଧକ ହୋଇଥାଏ। ଏହା ବିଷୟରେ ପ୍ରେରିତ ପାଉଲ କହିଲେ; ରୋମୀ ୭:୧୦-୧୧ 『ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋ’ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା; କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି ତାହା ଦ୍ୱାରା ମୋତେ ବଧ କଲା।』 ଏଦନ ଉଦ୍ୟାନରେ ଏହା ଆଜ୍ଞା ଥିଲା କି ସଦସତ୍ ଜ୍ଞାନଦାୟକ ଯେଉଁ ବୃକ୍ଷ ଅଛି, ତାହାର ଫଳ ତୁମ୍ଭେ କେବେ ଖାଇବ ନାହିଁ। କିନ୍ତୁ ଶୟତାନ ସୁଯୋଗ ପାଇ ହବାଙ୍କୁ ପ୍ରଲୋଭିତ କଲା କି ସେ ସଦସତ୍ ଜ୍ଞାନଦାୟକ ବୃକ୍ଷ ତୋଳି ଖାଉ, ପୁଣି ହବା ତାହା ଆଦମକୁ ମଧ୍ୟ ଦେଲା, ଆଉ ଆଦମ ତାହା ଖାଇଲା, ଅର୍ଥାତ୍ ସେହି ଦୁହିଁଙ୍କୁ ମୃତ୍ୟୁ ଆସିଲା। (ଆଦି ୩:୧-୬ ପ୍ରସଙ୍ଗ) ବ୍ୟବସ୍ଥା ଜୀବନ ଦେବା ନିମନ୍ତେ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ମନୁଷ୍ୟ ତାହା ଭଙ୍ଗକରି ମୃତ୍ୟୁରେ ବାନ୍ଧି ହୋଇଗଲା।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି