ଯେତେବେଳେ ଆମେ ଆମ ଜୀବନ ଉପରେ ଦୃଷ୍ଟିପାତ କରୁ, ସେତେବେଳେ ଆମେ ଅନୁଭବ କରୁ ଯେ ଆଜି ଆମେ ଯେଉଁଠାରେ ଅଛୁ, ସେଠାରେ ପହଞ୍ଚିବା ପାଇଁ ଆମକୁ ଅନେକ ଥର ଜଣେ ପରାମର୍ଶଦାତାଙ୍କଠାରୁ ସହାୟତା ମିଳିଛି ।
ଅନ୍ୟ କାହାର ସାହାଯ୍ୟ ବିନା ଆପଣ ନିଜେ ସବୁକିଛି ଠିକ୍ ଭାବେ କରି ପାରିବେ ନାହିଁ ।
ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମର ସଫଳତାର ଏକ ବଡ଼ ଅଂଶ ଆମ ପରାମର୍ଶଦାତା କିଏ ତାହା ଉପରେ
ନିର୍ଭର କରେ ।
ଆଜି ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ବୃଦ୍ଧି ପାଉଛି ଏବଂ ବିଶ୍ୱକୁ ଚକିତ କରୁଛି ।
ଚର୍ଚ୍ଚ ଅଫ୍ ଗଡ୍ ସ୍ୱେଚ୍ଛାକୃତ ସେବା ପାଇଁ ବ୍ରିଟେନର କୁଇନ୍ସ ପୁରସ୍କାର, କୋରିଆର ତିନୋଟି ଭିନ୍ନ ଭିନ୍ନ ରାଷ୍ଟ୍ରପତି ସାର୍ଟିଫିକେଟ ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱେଚ୍ଛାସେବୀ ସେବା ପୁରସ୍କାର ଭଳି ଅନେକ ରାଷ୍ଟ୍ରପତି ପୁରସ୍କାର ପାଇଛି ।
ଚର୍ଚ୍ଚ ଅଫ୍ ଗଡ୍ ର ପରାମର୍ଶଦାତା କିଏ ଯିଏ ଏହାକୁ ଏତେ ସଫଳ କରିଛନ୍ତି?
“ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ଵାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ ।”(ଯିଶା ୫୪:୧୩)
ଯିଶାଇୟ ଭବିଷ୍ୟଦ୍ବକ୍ତା ଭବିଷ୍ୟବାଣୀ କରିଥିଲେ ଯେ ପରମେଶ୍ୱର ଆମ୍ଭମାନଙ୍କ ପରାମର୍ଶଦାତା ହେବେ ।
ଯିଶାଇୟ କହିଲେ, “ତୁମ୍ଭ ସନ୍ତାନଗଣ” କାହାକୁ ସୂଚିତ କରେ?”
ଯେବେ ଆମ୍ଭେମାନେ ପୂର୍ବ ପଦଗୁଡିକୁ ପଢିବା ଆମେ ବୁଝିପାରିବା "ତୁମ୍ଭ ସନ୍ତାନଗଣ", ଯିରୂଶାଲମ ନଗରର ସନ୍ତାନଗଣକୁ ପ୍ରତିନିଧିତ୍ୱ କରିଥାଏ ।
ତା'ହେଲେ ଯିରୂଶାଲମ କାହାକୁ ସୂଚିତ କରେ?
କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ; (ଗାଲା ୪:୨୬)
ଯିରୂଶାଲମର ବାସ୍ତବତା ହେଉଛି ଆମ୍ଭମାନଙ୍କ ସ୍ୱର୍ଗୀୟ ମାତା ।
ତେଣୁ, ତାହାଙ୍କ ସନ୍ତାନମାନେ ହେଉଛନ୍ତି ଯେଉଁମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବାରେ ପ୍ରକୃତରେ ସଫଳ ହେବେ ।
ଚର୍ଚ୍ଚ ଅଫ୍ ଗଡ୍ ହେଉଛି ଏକମାତ୍ର ଚର୍ଚ୍ଚ ଯାହା ଆଜି ପରମେଶ୍ୱର ମାତାଙ୍କଠାରେ ବିଶ୍ୱାସ କରେ ।
ଆମ୍ଭମାନଙ୍କ ସ୍ୱର୍ଗୀୟ ମାତା, ଯିଏକି ଆଜି ଆମ୍ଭମାନଙ୍କ ସହିତ ବାସ କରନ୍ତି, ସେ ଚର୍ଚ୍ଚ ଅଫ୍ ଗଡ୍ ର ପରାମର୍ଶଦାତା ଅଟନ୍ତି ।
ଏହି କାରଣରୁ, ଚର୍ଚ୍ଚ ଅଫ୍ ଗଡ୍ ସେମାନେ ଯାହା କରନ୍ତି ସେଥିରେ ସଫଳ ହୁଅନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି