ବାଇବଲ ପଢିବାରେ ଏକ ମହତ୍ୱପୂର୍ଣ୍ଣ ବସ୍ତୁ ଅଟେ ଯାହା ଉପରେ ଆମ୍ଭମାନଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ୍। ଯଦି ଆମ୍ଭେ କେବଳ ପୁରାତନ ନିୟମର ଅଧ୍ୟୟନ କରିଥାଉ, ତେବେ ଏପରି ଲାଗେ କି ତାହା ନୂତନ ନିୟମର ବିରୁଦ୍ଧରେ ଅଛି। ଆଉ ଯଦି ଆମ୍ଭେ କେବଳ ନୂତନ ନିୟମର ଅଧ୍ୟୟନ କରିଥାଉ, ତେବେ ଏପରି ଲାଗେ କି ତାହା ପୁରାତନ ନିୟମର ବିରୁଦ୍ଧରେ ଅଛି। ଏଥିପାଇଁ ଯେତେବେଳେ ଆମ୍ଭେ ବାଇବଲର ଅଧ୍ୟୟନ କରିଥାଉ, ତେବେ ଆମ୍ଭମାନଙ୍କୁ ସର୍ବ ପ୍ରଥମେ ପୁରାତନ ନିୟମ ଓ ନୂତନ ନିୟମର ଉଦ୍ଦେଶ୍ୟକୁ ଜାଣିବା ଉଚିତ୍ ପୁଣି ପୁରାତନ ନିୟମର ଶିକ୍ଷା ଓ ନୂତନ ନିୟମର ଶିକ୍ଷା ମଧ୍ୟର ପାର୍ଥକ୍ୟକୁ ଧ୍ୟାନରେ ରଖିବା ଉଚିତ୍। ସାଧାରଣ ଭାବରେ ବାଇବଲର ବିଦ୍ୱାନ୍ ପୁରାତନ ନିୟମର ବାକ୍ୟଗୁଡିକୁ ଓ ନୂତନ ନିୟମର ବାକ୍ୟଗୁଡିକୁ ଏକ ସମାନ ଭାବରେ ବ୍ୟାଖ୍ୟା କରନ୍ତି। କିଛି ପଦର ଗୋଟିଏ ଅର୍ଥ ହୋଇପାରେ। କିନ୍ତୁ ବାସ୍ତବରେ ଦୁଇ ନିୟମ ମଧ୍ୟରେ ଆକାଶ ଓ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ରମା, ବାସ୍ତବିକତା ଓ ଛାୟା ଏବଂ ସତ୍ୟତା ଓ ପ୍ରତିରୂପ ଯେପରି ଅନ୍ତର ଅଛି। ଯେତେବେଳେ ଆମ୍ଭେ ଏହା ବୁଝି ଅଧ୍ୟୟନ କରିଥାଉ, ତେବେ ଆମ୍ଭେ ଦୁଇ ନିୟମ ମଧ୍ୟରେ କୌଣସି ବିରୋଧ ନ କରି, ପୁରାତନ ନିୟମ ଦ୍ୱାରା, ଯାହା ଛାୟା ଅଟେ, ସେହି ନୂତନ ନିୟମର, ଯାହା ବାସ୍ତବିକତା ଅଟେ, ଗଭୀର ସତ୍ୟକୁ ଖୋଜି ପାଇବା।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି