ଦାଉଦ, ଯିଶାଇୟ, ମୀଖା ଏବଂ ଯୋହନ ଯେମିତି ସମସ୍ତ ଭାବବାଦୀ ମାନେ ପରମେଶ୍ୱରଙ୍କୁ ସଠିକ୍ ଭାବରେ
ବୁଝିଲେ ଏବଂ ଭବିଷ୍ୟବାଣୀ କଲେ କି ପରମେଶ୍ୱର ସିୟୋନରେ ଆପଣା ଲୋକମାନଙ୍କୁ ପରିତ୍ରାଣ ଦେବେ
ଏଠାରେ ପରମେଶ୍ୱରଙ୍କ ପର୍ବ ପାଳନ କରାଯାଏ । ସେମାନେ ସାକ୍ଷ୍ୟ ଦେଲେ କି ଯେଉଁମାନେ ସିୟୋନରେ ବାସ କରିନ୍ତି
ସେମାନେ ଧନ୍ୟ ଅଟନ୍ତି କାରଣ ସେମାନଙ୍କ ପାଖରେ ପାପକ୍ଷମା ଏବଂ ଅନନ୍ତ ଜୀବନର ଗ୍ୟାରେଣ୍ଟି ଅଛି ।
ସିୟୋନ ଯିବା ପାଇଁ ଯେଉଁଠି ପରମେଶ୍ୱର ବାସ କରନ୍ତି, ସେମାନଙ୍କୁ ଚର୍ଚ୍ଚ ଅଫ୍ ଗଡ୍ ର ଅନ୍ୱଷଣ କରିବା ଉଚିତ୍ ।
ସମସ୍ତ ମାନବତାତିକୁ ଚର୍ଚ୍ଚ ଅଫ୍ ଗଡ୍ ରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ସହିତ
ସାକ୍ଷାତ କରିବା ଉଚିତ୍ ଏବଂ ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ଶିଖିବା ଉଚିତ୍
ଯାହାଦ୍ୱାରା ସେମାନେ ସଠିକ୍ ମାନସିକତା ଏବଂ ବିଶ୍ୱାସର ସହିତ ରାଜ୍ୟର ସୁସମାଚାରର ପ୍ରଚାର କରିପାରିବା ।
ଆମ୍ଭମାନଙ୍କର ପବିତ୍ର ସଭାସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର;
ତୁମ୍ଭର ଚକ୍ଷୁ ଶାନ୍ତିମୟ ବସତି-ସ୍ଥାନ ଯିରୂଶାଲମକୁ ଦେଖିବ,
ତାହା ଅଟଳ ତମ୍ଵୁ ସ୍ଵରୂପ... ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ ।
ଯିଶାଇୟ ୩୩:୨୦-୨୧
ସେତେବେଳେ ଚନ୍ଦ୍ର ଅପ୍ରସ୍ତୁତ ଓ ସୂର୍ଯ୍ୟ ଲଜ୍ଜିତ ହେବନ୍ତ
କାରଣ ସୈନ୍ୟାଧିପତି ସଦାପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ
ଓ ତାହାଙ୍କ ପ୍ରାଚୀନବର୍ଗର ସମ୍ମୁଖରେ ମହାପ୍ରତାପରେ ରାଜତ୍ଵ କରିବେ ।
ଯିଶାଇୟ ୨୪:୩୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି