ପରମେଶ୍ୱରଙ୍କ ସନ୍ତାନ ସ୍ୱର୍ଗରେ ପ୍ରଭାତି ତାରା ଦ୍ୱାରା ଭ୍ରାନ୍ତ ହେଲେ
ଏବଂ ପୃଥିବୀକୁ ପକେଇ ଦିଆଗଲେ । ପ୍ରଚାର ଦ୍ୱାରା ଅନ୍ୟ ପାପୀର
ମନପରିବର୍ତ୍ତନ ଆଡ଼କୁ ନେତୃତ୍ୱ କରିବା, ଆମ୍ଭର ପାପକୁ ପଶ୍ଚତାପ କରିବା
ଏବଂ ଆମ୍ଭର ସ୍ୱର୍ଗୀୟ ଘର ଫେରିବାର ଏକ ସୁନ୍ଦର କାର୍ଯ୍ୟ ଅଟେ ।
ଏହା ଦ୍ୱାରା ପରମେଶ୍ୱର ସବୁଠୁ ଅଧିକ ପ୍ରସନ୍ନ ହୁଅନ୍ତି ।
ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ସଂସାରରେ ଏକମାତ୍ର ଚର୍ଚ୍ଚ ଅଟେ
ଯାହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ସ୍ୱର୍ଗୀୟ ମାତାଙ୍କ ପ୍ରେମକୁ,
ଯେ ପାପୀମାନଙ୍କୁ ରକ୍ଷା କରିବା ପାଇଁ ଏହି ପୃଥିବୀକୁ ଆସିଲେ, ପ୍ରସାରିତ କରିଥାଏ ।
ସଙ୍ଗରେ, ଏହା ଏକମାତ୍ର ଚର୍ଚ୍ଚ ଅଟେ ଯେ ବିଶ୍ରାମ ଦିନ ଏବଂ ନିସ୍ତାର ପର୍ବକୁ ପାଳନ କରିଥଏ,
ଯାହାକୁ ପରମେଶ୍ୱର ଆପଣା ଲୋକମାନଙ୍କୁ ପାଳନ କରିବାକୁ ଆଜ୍ଞା ଦେଲେ,
ଆଉ ମାନବଜାତିକୁ ଏହି ସମସ୍ତ ଆଜ୍ଞାଗୁଡ଼ିକୁ ଶିକ୍ଷା କରାଇଥାଏ ।
ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା
ଓ ଊର୍ଦ୍ଧ୍ଵସ୍ଥ ପରମେଶ୍ଵରଙ୍କ ସମ୍ମୁଖରେ ପ୍ରଣାମ କରିବା?...
ସହସ୍ର ସହସ୍ର ମେଷରେ ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ?...
ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ ତୁମ୍ଭକୁ ଜଣାଇଅଛନ୍ତି; ନ୍ୟାୟାଚରଣ, ଦୟା ଭଲ ପାଇବା
ଓ ନମ୍ର ଭାବରେ ତୁମ୍ଭ ପରମେଶ୍ଵରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?
ମୀଖା ୬:୬-୮
ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହିପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ,
ଏପରି ଅନେଶ୍ଵତ ଧାର୍ମିକ ଲୋକମାନଙ୍କ ଅପେକ୍ଷା,
ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର
ନିମନ୍ତେ ସ୍ଵର୍ଗରେ ଅଧିକ ଆନନ୍ଦ ହେବ ।
ଲୂକ ୧୫:୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି