ଆମ୍ଭେ ରାଜା ଶାଉଲଙ୍କ ସମାନ ହେବା ଉଚିତ୍ ନୁହେଁ ଯେ ପରମେଶ୍ୱରଙ୍କ ବାକ୍ୟର ବ୍ୟବସ୍ଥା
ନିଜ ଇଚ୍ଛାନୁସାରେ କଲା ଏବଂ ଆଂଶିକ ରୂପେ ତାହାର ପାଳନ କଲା ।
ଏହା ପରିବର୍ତ୍ତେ, ଆମ୍ଭେ ରାଜା ହିଜିକୀୟଙ୍କ ପରି ନିସ୍ତାର ପର୍ବକୁ ପାଳନ କରିବା ଉଚିତ୍,
ଆପଣା ଅପବ୍ୟୟୀ ମନକୁ ଦୁନିଆରୁ ଦୂର କରିବା ଉଚିତ୍ ଏବଂ
ଯେମିତି କି ମଲାଖୀ ପୁସ୍ତକରେ ଦିଆଯାଇଅଛି ଦଶମାଂଶ ଓ ନୈବେଦ୍ୟ ଦ୍ୱାରା
ପରମେଶ୍ୱରଙ୍କଠାରେ ଫେରି ଆସିବା ଉଚିତ୍ । ଏହା ହିଁ ପଶ୍ଚତାପ ଅଟେ ।
ପ୍ରାୟଶ୍ଚିତର ଦିନ ସେହି ଦିନ ଅଟେ ଯେବେ ସମସ୍ତ ପାପ ଯାହା ଆମ୍ଭେ ସ୍ୱର୍ଗରେ ଏବଂ ପୃଥିବୀରେ
ଜଣାତରେ-ଅଜାଣତରେ କରିଥିଲୁ ଶୟତାନକୁ ଫେରେଇ ଦିଆଯାଏ, ଯେ ସମସ୍ତ ପାପର କାରଣ ଅଟେ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ଆମ୍ଭମାନଙ୍କୁ ଜଣେଇଲେ
କି ନୂତନ ନିୟମର ପର୍ବ ମାଧ୍ୟମରେ ପୂର୍ଣ୍ଣ ପଶ୍ଚତାପ କରାଯାଇ ପାରିବ,
ଯାହା ରାଜ୍ୟର ସୁସମାଚାର ଅଟେ ।
ତୁମ୍ଭମାନଙ୍କର ପିତୃପୁରୁଷଗଣର ସମୟଠାରୁ ତୁମ୍ଭେମାନେ ଆମ୍ଭର ବିଧିସବୁ ଲଙ୍ଘନ କରିଅଛ
ଓ ସେସବୁ ପାଳନ କରି ନାହଁ । ଆମ୍ଭ ନିକଟକୁ ଫେରି ଆସ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି । ମାତ୍ର ତୁମ୍ଭେମାନେ କହୁଅଛ, ଆମ୍ଭେମାନେ କିରୂପେ ଫେରିବା?
ମନୁଷ୍ୟ କି ପରମେଶ୍ଵରଙ୍କ ଦ୍ରବ୍ୟ ଚୋରି କରିବ?... ଦଶମାଂଶରେ ଓ ନୈବେଦ୍ୟରେ ।
ମଲାଖୀ ୩:୭-୮
ଏଣୁ ଲୋକମାନେ ଯେପରି ଯିରୂଶାଲମରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ
ନିସ୍ତାର ପର୍ବ ପାଳନ କରିବାକୁ ଆସିବେ, ଏଥିପାଇଁ ସେମାନେ ବେର୍ଶେବାଠାରୁ ଦାନ୍ ପର୍ଯ୍ୟନ୍ତ
ଇସ୍ରାଏଲର ସର୍ବତ୍ର ଏହା ଘୋଷଣା କରିବାକୁ ସ୍ଥିର କଲେ... ତୁମ୍ଭେମାନେ ଅବ୍ରହାମର ଓ ଇସ୍ହାକର
ଓ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ପ୍ରତି ପୁନର୍ବାର ଫେର, ତହିଁରେ
ସେ ଅଶୂର-ରାଜଗଣ ହସ୍ତରୁ ରକ୍ଷିତ ତୁମ୍ଭମାନଙ୍କ ଅବଶିଷ୍ଟାଂଶ ପ୍ରତି ଫେରିବେ ।
୨ବଂଶାବଳୀ ୩୦:୫-୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି