ତୂରୀଧ୍ୱନି ପର୍ବ ଓ ଦଶ ଦିନର ପ୍ରାର୍ଥନା ଅବଧି, ଯାହାକୁ ଚର୍ଚ୍ଚ ଅଫ୍ ଗଡ୍ ପାଳନ କରେ,
ଗତ ବର୍ଷରେ କରିଥିବା ଆମ୍ଭମାନଙ୍କ ସମସ୍ତ ପାପକୁ ସ୍ୱୀକାର କରୁଥାଇ ପଶ୍ଚତାପ କରିବାର ସମୟ ଅଟେ ।
ଏଥିପାଇଁ, ପରମେଶ୍ୱରଙ୍କ ଲୋକମାନଙ୍କୁ ପ୍ରାର୍ଥନା ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପଶ୍ଚତାପ କରି
ପ୍ରାୟଶ୍ଚିତର ଦିନ ପାଇଁ ପ୍ରସ୍ତୁତୀ କରିବା ଉଚିତ୍ ।
ଯେତେବେଳେ ଗୋଟିଏ ଆତ୍ମା ପ୍ରାର୍ଥନା କରେ ନାହିଁ, ଯାହା ଶ୍ୱାସ ନେବା ପରି ଅଟେ,
ସେତେବେଳେ ସେହି ଆତ୍ମାକୁ ବହୁତ ପୀଡ଼ା ହୋଇଥାଏ । ଯୀଶୁ, ଯେ ୨,୦୦୦ ବର୍ଷ ପୂର୍ବେ ଆସିଲେ
ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର, ଯେ ପବିତ୍ର ଆତ୍ମାଙ୍କ ଯୁଗରେ ଆସିଲେ,
ଆମ୍ଭମାନଙ୍କୁ ଏହା କହୁଥାଇ ପ୍ରାର୍ଥନାର ଶକ୍ତି ବିଷୟରେ ଶିଖାଇଲେ କି “ମାଗ, ଖୋଜ ଏବଂ ଦ୍ୱାରରେ ମାର,”
ଆଉ ପ୍ରାର୍ଥନାର ସହିତ ସୁସମାଚାରର ପଥରେ ଚାଲିବାକୁ ଉଦାହରଣ ସ୍ଥାପିତ କଲେ ।
ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ଵାରରେ ମାର,
ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । କାରଣ ଯେକେହି ମାଗେ, ସେ ପାଏ;
ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ଵାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯାଏ ।
... ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ!
ମାଥିଉ ୭:୭-୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି