ପରମେଶ୍ବର ଦାନିୟେଲଙ୍କ ପ୍ରାର୍ଥନା ଶେଷ ହେବା ପୂର୍ବରୁ ତାଙ୍କ ପ୍ରାର୍ଥନାର ଉତ୍ତର ଦେଲେ,
ଏବଂ ପ୍ରାର୍ଥନାର ପରିଣାମ ସ୍ୱରୂପ, ପେଣ୍ଟିକଷ୍ଟ ଦିନ ୩,୦୦୦ ଲୋକଙ୍କୁ
ସେ ଅନୁତାପ କରିବାକୁ ପବିତ୍ର ଆତ୍ମାଙ୍କର ଶକ୍ତି ପ୍ରଦାନ କଲେ । ଏହିପରି ଭାବରେ,
ଆମ୍ଭମାନଙ୍କୁ ଏହା ବିଶ୍ୱାସ କରି ଯେ ପରମେଶ୍ବରଙ୍କ ସମସ୍ତ କାର୍ଯ୍ୟ ପ୍ରାର୍ଥନା ମାଧ୍ୟମରେ ସମ୍ପନ୍ନ ହୁଏ,
ସର୍ବଦା ଆନ୍ତରିକତାର ସହିତ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ୍ ।
ଏଲୀୟ ଆନ୍ତରିକ ପ୍ରାର୍ଥନା ମାଧ୍ୟମରେ ଏକାକୀ ୮୫୦ ମିଥ୍ୟା ଭବିଷ୍ୟଦ୍ବକ୍ତାଙ୍କୁ ପରାସ୍ତ କଲେ,
ଯିହୋଶୂୟଙ୍କ ଆନ୍ତରିକ ପ୍ରାର୍ଥନା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ର ଅଟକି ଗଲେ ।
ଯେପରି ଆମ୍ଭେ ଏହି ବିଷୟଗୁଡ଼ିକ ମାଧ୍ୟମରେ ଦେଖିପାରୁ, ତାହା ହେଉଛି ପ୍ରାର୍ଥନା
ଯାହା ମାଧ୍ୟମରେ ପରମେଶ୍ବର ଆମ୍ଭମାନଙ୍କୁ ସମସ୍ତ ବାଧାବିଘ୍ନ ଉପରେ ବିଜୟ ହେବା କ୍ଷମତା ଦିଅନ୍ତି ।
ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ,
ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ଵାରରେ ମାର,
ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ ।
କାରଣ ଯେକେହି ମାଗେ, ସେ ପାଏ; ଯେ ଖୋଜେ,
ସେ ସନ୍ଧାନ ପାଏ; ଆଉ, ଯେ ଦ୍ଵାରରେ ମାରେ,
ତାହା ନିମନ୍ତେ ଫିଟାଇ ଦିଆଯାଏ ।
ମାଥିଉ ୭:୭-୮
ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ଵରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି, ପୁଣି ଆମ୍ଭେମାନେ ଯାହା ଯାହା ମାଗୁ, ସେହିସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ ।
୧ଯୋହନ ୩:୨୧-୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି