ଖ୍ରୀଷ୍ଟଙ୍କ ମାର୍ଗକୁ ସଠିକ୍ ଭାବରେ ଅନୁସରଣ କରିବାକୁ, ଆମ୍ଭମାନଙ୍କୁ ନିଜ କ୍ରୁଶ ଉଠାଇବା ଉଚିତ୍ ।
ଯୀଶୁ, ଯିଏକି ପରମେଶ୍ୱର ଅଟନ୍ତି, ମାନବଜାତିର ପରିତ୍ରାଣ ପାଇଁ କ୍ରୁଶର ଭାର ବହନ କରିଥିଲେ, ଏବଂ ବିଶ୍ୱାସର ପୂର୍ବପୁରୁଷମାନଙ୍କ ପରି ମୋଶା ଏବଂ ପ୍ରେରିତ ପାଉଲ ଆନନ୍ଦର ସହିତ ସେମାନଙ୍କର ଦୁଃଖ ଉଠାଇଥିଲେ । ସେହିଭଳି, ଆମ୍ଭମାନଙ୍କୁ ମଧ୍ୟ ଆମ୍ଭମାନଙ୍କ ନିଜ କ୍ରୁଶ ବହନ କରିବାକୁ ହେବ ଏବଂ ପରିତ୍ରାଣ ପାଇଁ ଦୁଃଖର ପଥ ଅନୁସରଣ କରିବାକୁ ହେବ ।
ଯେପରି ପ୍ରେରିତ ପାଉଲ ସମସ୍ତ ଦୁଃଖକୁ ଆଶୀର୍ବାଦ ଭାବରେ ଦେଖୁଥିଲେ, ସେହିପରି ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଯେ କୌଣସି ସମୟରେ ଆନନ୍ଦରେ ସେମାନଙ୍କର କ୍ରୁଶ ଉଠାଇ ନିଅନ୍ତି ଏବଂ ଦୃଢ଼ ବିଶ୍ୱାସର ସହିତ ପରମେଶ୍ୱରଙ୍କ ପଥ ଅନୁସରଣ କରନ୍ତି, ପରମେଶ୍ୱରଙ୍କୁ ଧନ୍ୟବାଦ ଦେବାକୁ କେବେ ଭୁଲନ୍ତି ନାହିଁ ।
ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ଵର୍ଗରାଜ୍ୟ ସେମାନଙ୍କର । ଲୋକେ ଯେବେ ତୁମ୍ଭମାନଙ୍କୁ ମୋ’ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ଵର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କର ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ । ମାଥିଉ ୫:୧୦-୧୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି