ପ୍ରାୟଶ୍ଚିତ୍ତ ଦିନ ହେଉଛି ସେହି ମହାନ ଦିନ ଯେତେବେଳେ ଲୋକ ଏବଂ ଯାଜକମାନଙ୍କର ସମସ୍ତ ପାପ କ୍ଷମା କରାଯାଇଥାଏ । ଇସ୍ରାଏଲୀୟମାନେ ପରମେଶ୍ବରଙ୍କ ଅନୁଗ୍ରହ ଭୁଲିଗଲେ ଏବଂ ପ୍ରତିମାପୂଜା, ସୁବର୍ଣ୍ଣ ବାଛୁରୀ ର ଉପାସନା କରି ପାପ କଲେ । ଏହି କାରଣରୁ ମୋଶା ପରମେଶ୍ବରଙ୍କ ଦ୍ୱାରା ଦିଆଯାଇଥିବା ଦଶ ଆଜ୍ଞାର ପ୍ରଥମ ଫଳକ ଭାଙ୍ଗିଲେ । ଇସ୍ରାଏଲୀୟମାନେ ଆପଣାର ପାପରୁ ଅନୁତାପ କଲେ ଏବଂ ପରମେଶ୍ବର ସେମାନଙ୍କୁ ଦଶ ଆାଜ୍ଞାର ଦ୍ୱିତୀୟ ଫଳକ ଦେଲେ; ଏହି ଦିନ ପ୍ରାୟଶ୍ଚିତ୍ତ ଦିନର ମୂଳ ହେଲା ।
ପୁରାତନ ନିୟମରେ, ଇସ୍ରାଏଲର ସମସ୍ତ ପାପ ପ୍ରାୟଶ୍ଚିତ୍ତ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ପବିତ୍ରସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିଲା । ଆଜି, ଆମ୍ଭର ସମସ୍ତ ପାପ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କୁ ପ୍ରଦାନ କରାଯାଏ, ଯେଉଁମାନେ ପବିତ୍ରସ୍ଥାନର ବାସ୍ତବିକତା ଅଟନ୍ତି । ତେବେ, ପ୍ରାୟଶ୍ଚିତ୍ତ ଦିନରେ, ଆମ୍ଭର ସମସ୍ତ ପାପ ଶୟତାନକୁ ସ୍ଥାନାନ୍ତରିତ କରାଯାଏ, ଯେ ପାପର ପିତା ଅଟେ । ଶେଷରେ, ଗନ୍ଧକମୟ ହ୍ରଦ, ଅର୍ଥାତ୍ ନରକରେ ଶୟତାନର ବିଚାର କରାଯିବ, ଏବଂ ତା’ପରେ ସମସ୍ତ ପାପ ଶେଷରେ ଲୋପ ପାଇବ ।
ଆହୁରି, ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପ୍ରାୟଶ୍ଚିତ୍ତର ଦିନ ହେବ; ସେହି ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଳେଶ ଦେବ; ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ ।”
ଲେବୀୟ ପୁସ୍ତକ ୨୩:୨୬-୨୭
ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, “ଏହି ଦେଖ, ଈଶ୍ଵରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି ।”
ଯୋହନ ୧:୨୯
ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ତ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ ।
ପ୍ରକାଶିତ ବାକ୍ୟ ୨୦:୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି