ବାଇବଲ ଏହି ଯୁଗକୁ ଏକ ବିରାଟ ସଙ୍କଟର ସମୟ ଭାବରେ ଭବିଷ୍ୟବାଣୀ କରେ ।
ଯେପରି ରାଷ୍ଟ୍ରମାନଙ୍କ ମଧ୍ୟରେ ଯୁଦ୍ଧ ଏବଂ ଅଗଣିତ ଜଳବାୟୁ ବିପର୍ଯ୍ୟୟ ବୃଦ୍ଧି ପାଉଛି, ଲୋକମାନେ ମହାକାଶକୁ, ସମୁଦ୍ରର ଗଭୀରତା କିମ୍ବା ଗଭୀର ଭୂମି ତଳେ ପଳାୟନ କରିବାର ଯୋଜନା କରୁଛନ୍ତି ।
ତଥାପି, ବାଇବଲ କହୁଅଛି ଯେ ସିୟୋନ ବ୍ୟତୀତ ଯେଉଁଠାରେ ମାତା ପରମେଶ୍ୱର ବାସ କରନ୍ତି, ପରିତ୍ରାଣର କୌଣସି ଆଶ୍ରୟ ନାହିଁ ।
ଯେପରି ପରମେଶ୍ୱର ଦାନିୟେଲଙ୍କ ନିକଟରେ ରାଜା ନବୂଖଦ୍ନିତ୍ସରଙ୍କ ସ୍ୱପ୍ନକୁ ପ୍ରକାଶ କଲେ ଓ ତାହାର ବ୍ୟାଖ୍ୟା କରିଥିଲେ, ସେହିପରି ଆଜି ସେ ପ୍ରକାଶ କରିଅଛନ୍ତି ଯେ ବିପର୍ଯ୍ୟୟ ମଧ୍ୟରେ ସବୁଠାରୁ ନିରାପଦ ଆଶ୍ରୟସ୍ଥାନ ହେଉଛନ୍ତି ମାତା ପରମେଶ୍ୱର ।
ଯେପରି ସନ୍ତାନମାନେ ବିପଦ ସମୟରେ ନିଜ ମାତାଙ୍କର ବାହୁରେ ନିରାପଦ ଅନୁଭବ କରନ୍ତି, ସେହିପରି ପରମେଶ୍ୱର ପ୍ରକାଶ କରିଅଛନ୍ତି ଯେ ବିପତ୍ତି ସମୟରେ ମାତା ପରମେଶ୍ୱର ହିଁ ମାନବଜାତିଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ଅଟନ୍ତି ।
ସଦାପ୍ରଭୁ କହନ୍ତି, ଆମ୍ଭେ ଭୂମିରୁ ସମଗ୍ର ବସ୍ତୁ ନିଃଶେଷ ରୂପେ ସଂହାର କରିବା,
ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ସଂହାର କରିବା; ଆମ୍ଭେ ଆକାଶର ପକ୍ଷୀଗଣକୁ, ସମୁଦ୍ରର ମତ୍ସ୍ୟଗଣକୁ ଓ ଦୁଷ୍ଟଗଣ ସହିତ ବିଘ୍ନସକଳ ସଂହାର କରିବା; ଆଉ, ଆମ୍ଭେ ଭୂମିରୁ ମନୁଷ୍ୟକୁ ଉଚ୍ଛିନ୍ନ କରିବା, ଏହା।...
ସିଫନୀୟ ୧:୨-୩
କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋର ପ୍ରଭୁଙ୍କ ଆସିବାର ବିଳମ୍ଵ ଅଛି ବୋଲି ମନେ ମନେ କହି
ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ,
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ତ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ତରେ ତାହାର ପ୍ରଭୁ ଆସିବେ,
ପୁଣି ସେ ତାହାକୁ ଦ୍ଵିଖଣ୍ତ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।
ମାଥିଉ ୨୪:୪୮-୫୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି