ସତ୍ୟ ପରମେଶ୍ୱରଙ୍କ ପାଖକୁ ଆସିବା ନିମନ୍ତେ, ଆମ୍ଭମାନଙ୍କୁ ମନୁଷ୍ୟଙ୍କ ଶବ୍ଦରେ ନୁହେଁ, ମାତ୍ର ବାଇବଲର ବାକ୍ୟ ଉପରେ ବିଶ୍ୱାସ କରିବା ଉଚିତ୍ । ଏପରି ଏଥିପାଇଁ କାରଣ ଅନେକ ଭଣ୍ଡ ଖ୍ରୀଷ୍ଟ ଓ ମିଥ୍ୟା ଶିକ୍ଷା ଦ୍ୱାରା ପରିପୂର୍ଣ୍ଣ ଏହି ଯୁଗରେ, କେବଳ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଆମ୍ଭେମାନେ ମିଥ୍ୟା ମଧ୍ୟରୁ ସତ୍ୟକୁ ଚିହ୍ନି ପାରିବା ।
“ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି ।”
ଯୋହନ ୫:୩୯
ଯେତେବେଳେ ପିତର ଯୀଶୁଙ୍କୁ, ଯେ ପରମେଶ୍ୱର ଅଟନ୍ତି, ସଠିକ୍ ଭାବରେ ଅନୁଭବ କଲା ତାହାକୁ ସ୍ୱର୍ଗ ରାଜ୍ୟର ଚାବି ପ୍ରାପ୍ତ ହେଲା, ସେହି ପ୍ରକାରେ ଯେବେ ଆମ୍ଭମାନେ ସଠିକ୍ ଭାବରେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କୁ ଅନୁଭବ କରିବା, ଯେ ପବିତ୍ର ଆତ୍ମାଙ୍କ ଯୁଗରେ ଆସିଛନ୍ତି, ତେବେ ଆମ୍ଭେମାନେ ସ୍ୱର୍ଗର ମହାନ୍ ଆଶିର୍ବାଦକୁ ପ୍ରାପ୍ତ କରି ପାରିବା ।
[ବାଇବଲର ସତ୍ୟ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା ଉଚିତ୍] ଏହା ଲେଖାଅଛି କି ପୃଥିବୀରେ ଯାହାକିଛି ଅଛି ତାହା ସ୍ୱର୍ଗର ପ୍ରତିରୂପ ଓ ପ୍ରତିବିମ୍ବ । ବିଶେଷ ଭାବରେ ସାଂସାରିକ ପରିବାର ପ୍ରଣାଳୀର ଦ୍ୱାରା, ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗୀୟ ପରିବାର ପ୍ରଣାଳୀ ବିଷୟରେ ଜାଗୃତ କଲେ ଏବଂ ଆମ୍ଭମାନଙ୍କୁ ଜାଣିବାକୁ ଦେଲେ କି ନିସ୍ତାର ପର୍ବର ରୋଟୀ ଓ ଦ୍ରାକ୍ଷାରସ ଦ୍ୱାରା ଦିଆ ହୋଇଥିବା, ପରମେଶ୍ୱରଙ୍କ ମାଂସ ଓ ରକ୍ତ ଦ୍ୱାରା ହିଁ, ଆମ୍ଭେମାନେ ପରମେଶ୍ୱରଙ୍କ ସତ୍ୟ ସନ୍ତାନ ହୋଇ ପାରିବା । (ସ୍ୱର୍ଗୀୟ ପରିବାର ପ୍ରଣାଳୀ ଯେଉଁଥିରେ ପିତା, ମାତା ଏବଂ ସନ୍ତାନ ଅଛନ୍ତି)
ଯେଉଁପ୍ରକାର ପରମେଶ୍ୱର ଶଲୋମନଙ୍କୁ ଏହା ବୁଝାଇବା ପାଇଁ ବୁଦ୍ଧି ଦେଲେ କି କିଏ ସତ୍ୟ ମାତା ଅଟନ୍ତି, ସେହି ପ୍ରକାର ଏହି ଦିନରେ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱାସୀମାନଙ୍କୁ ବାଇବଲର ବାକ୍ୟ ଦ୍ୱାରା ବୁଦ୍ଧି ଦିଆଯାଏ ଏବଂ ସେମାନଙ୍କୁ ମାତା ପରମେଶ୍ୱରଙ୍କଠାରେ ଆସିବାର ଆଶିର୍ବାଦ ଦିଆଯାଏ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି