[ଭାଗ ୧]
ତଥାପି, କଲେଜରେ, ମୁଁ ମୋର ପ୍ରଶ୍ନ କରିବା ଆରମ୍ଭ କଲି ଯେ
ମୋର ପ୍ରତିପୋଷଣ କିମ୍ବା ମୋର ଧାର୍ମିକ ବିଶ୍ୱାସ ସତ୍ୟ ଅଟେ
କି କେବଳ ରୀତିନୀତି ଏବଂ ପରମ୍ପରା ଅଟେ ।
ତେଣୁ ମୁଁ ଯେତେବେଳେ ଉତ୍ତର ଖୋଜୁଥିଲି, ମୋତେ ଚର୍ଚ୍ଚ ଅଫ୍ ଗଡ୍ ର
ସଦସ୍ୟମାନଙ୍କ ସହିତ ବାଇବଲ ଅଧ୍ୟୟନ କରିବାକୁ ନିମନ୍ତ୍ରଣ କରାଗଲା ।
ଏବଂ ବାଇବଲ ଅଧ୍ୟୟନ ସମୟରେ, ସେମାନେ ମୋତେ ବାଇବଲ
ଭିତରେ ଯାହା ଦେଖାଇଲେ ମୁଁ ବାସ୍ତବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।
ତେଣୁ ମୁଁ ପ୍ରକୃତରେ ଦେଖିପାରୁଥିଲି ଯେ ଚର୍ଚ୍ଚ ଅଫ୍ ଗଡ୍ ଯାହା ଶିକ୍ଷା
ଦେଉଥିଲା ତାହା ଆଇନଗତ ଥିଲା ଏବଂ ଏହା ନିଶ୍ଚିତ ଭାବରେ ସତ୍ୟ ଅଟେ ।
[ଭାଗ ୨]
ଚର୍ଚ୍ଚ ଅଫ୍ ଗଡ୍ ରେ ମୁଁ ଶିଖିଥିବା ସମସ୍ତ ଜିନିଷ ମଧ୍ୟରୁ
ମୁଁ କହିବି ଯେ ମୋ ପାଇଁ ସବୁଠାରୁ ଆଖି ଖୋଲିବା ଏବଂ ସବୁଠାରୁ
ସ୍ପର୍ଶକାତର ସତ୍ୟ ହେଉଛି ମାତା ପରମେଶ୍ୱରଙ୍କ ବିଷୟରେ ଶିଖିବା ।
ତେଣୁ, ଯେତେବେଳେ ମୁଁ ଚର୍ଚ୍ଚ ଅଫ୍ ଗଡ୍ ରୁ ପ୍ରକାଶିତ ବାକ୍ୟର ପୁସ୍ତକରେ
ନୂତନ ଯିରୂ5ଶାଲମ ବିଷୟରେ ଜାଣିଲି ଏବଂ ଏହା ଜାଣିଲି ଯେ
ସେ ଆମ୍ଭମାନଙ୍କର ସ୍ୱର୍ଗୀୟ ମାତା, ଏବଂ ସେମାନେ ଏହାକୁ ବାଇବଲ
ମାଧ୍ୟମରେ ଦେଖାଇଲେ, ମୁଁ ପ୍ରକୃତରେ ଚକିତ ଓ ଆଶ୍ଚର୍ଯ୍ୟ ହୋଇଗଲି ।
ଏବଂ ଏହା ଆଖି ଖୋଲିଗଲା ପରି ଥିଲା କାରଣ ଆମେ
ସବୁବେଳେ ଚର୍ଚ୍ଚକୁ ଯାଇଥାଉ ଏବଂ ପିତା ପରମେଶ୍ୱରଙ୍କ
ଉପରେ ବିଶ୍ୱାସ କରୁ, କିନ୍ତୁ ଏଠାରେ ବାଇବଲ ଆମ୍ଭମାନଙ୍କର
ସ୍ୱର୍ଗୀୟ ମାତା, ମାତା ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେଇଥାଏ ।
“ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ ।”
ତେଣୁ ଏଠାରେ ଆପଣଙ୍କ ପାଖରେ ଏହା ଥିଲା ।
ଆପଣ ପ୍ରଥମ ପୁସ୍ତକ ଆଦି ପୁସ୍ତକ ରୁ ଶେଷ ପୁସ୍ତକ
ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ମାତା ପରମେଶ୍ୱରଙ୍କ ସାକ୍ଷ୍ୟ ଦେଲେ ।
ଏବଂ ମୁଁ ବୁଝିଲି ଯେ ବାଇବଲ ର ଆରମ୍ଭରୁ ହିଁ
ମାତା ପରମେଶ୍ୱରଙ୍କ ସାକ୍ଷ୍ୟ ଦିଆଯାଇଅଛି ।
ଏହା ସମସ୍ତ ପବିତ୍ରଶାସ୍ତ୍ରରେ ପୁର୍ଣ୍ଣ ହୋଇଛି ।
[ଭାଗ ୩]
ଯେତେବେଳେ ମୁଁ ବାଇବଲ ଅଧ୍ୟୟନ କଲି, ତେବେ ମାତା
ପରମେଶ୍ୱରଙ୍କୁ ବିଶ୍ୱାସ କରିବା ମୋ ପାଇଁ ସହଜ ଥିଲା, ତଥାପି, ଏହା
ବିଶ୍ୱାସ କରିବା ଟିକେ କଷ୍ଟସାଧ୍ୟ ଥିଲା ଯେ ପରମେଶ୍ୱର ଶରୀରରେ ଆସିଅଛନ୍ତି ।
ଏବଂ ମୁଁ ଭାବୁଛି ଦୁଇ ହଜାର ବର୍ଷ ପୂର୍ବେ ଯୀଶୁଙ୍କ ସହିତ କ’ଣ ଘଟିଥିଲା
ତାହା ଦେଖିବା ଦ୍ୱାରା ମୁଁ ଶେଷରେ ଏହାକୁ ବୁଝିବାରେ ସକ୍ଷମ ହେଲି ।
ଏବଂ ତାଙ୍କ ମାଧ୍ୟମରେ, ମୁଁ ଏହା ଅନୁଭବ କରିପାରିଲି ଯେ
ମୋତେ ଶରୀର ଧାରଣ କରି ଆସିଥିବା ସ୍ୱର୍ଗୀୟ ମାତାଙ୍କୁ ଗ୍ରହଣ
କରିବା ନିମନ୍ତେ, ମୋର ସୀମିତ ଚିନ୍ତାଧାରା, ଦୃଷ୍ଟିକୋଣ କିମ୍ବା
ମୋର ଧାରଣା ମାଧ୍ୟମରେ ମାତା ପରମେଶ୍ୱରଙ୍କ ନିକଟକୁ ଯିବା
ଉଚିତ୍ ନୁହେଁ କିମ୍ବା ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ ।
ଏବଂ ମୁଁ କେବଳ ବାଇବଲ ର ଭବିଷ୍ୟବାଣୀ ମାଧ୍ୟମରେ ସ୍ୱର୍ଗୀୟ
ମାତାଙ୍କୁ ଦେଖିବା ଏବଂ ବିଶ୍ୱାସ କରିବା ଆବଶ୍ୟକ କରେ ।
[ଭାଗ ୪]
ଯଦି କାହାକୁ ମାତା ପରମେଶ୍ୱରଙ୍କୁ ଗ୍ରହଣ କରିବାରେ ଅସୁବିଧା ହେଉଅଛି,
ତେବେ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନଙ୍କ ଚତୁର୍ଦ୍ଦିଗରେ ଥିବା
ସୃଷ୍ଟିକୁ ଦେଖି ପରମେଶ୍ୱରଙ୍କୁ ବୁଝିବା ଆରମ୍ଭ କରନ୍ତୁ ।
ଜୀବନ ଜଣେ ମାତାଙ୍କଠାରୁ ଆସିଥାଏ, ଏହା ପରମେଶ୍ୱରଙ୍କ
ପ୍ରକୃତିର ଅକ୍ଷୟ ନିୟମ ଯାହା ସେ ନିଜେ ସୃଷ୍ଟି କରିଥିଲେ ।
ଏବଂ ଏହାର କାରଣ ହେଉଛି ପରମେଶ୍ୱର ଆମକୁ ଏହା
ଦେଖାଇବାକୁ ଚାହିଁଲେ ଯେ କେବଳ ଜଣେ ପିତା ନୁହଁନ୍ତି ବରଂ
ମାତା ମଧ୍ୟ ଅଛନ୍ତି ଯିଏ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଥାନ୍ତି ।
[ଭାଗ ୫]
ଚର୍ଚ୍ଚ ଅଫ୍ ଗଡ୍ କୁ ଆସିବା ପୂର୍ବରୁ ମୁଁ ସବୁବେଳେ ଏହି ବିଷୟକୁ
ନେଇ ଚିନ୍ତିତ ଥିଲି ଯେ କ’ଣ ମୁଁ ଜୀବନରେ ସଠିକ୍ ନିଷ୍ପତ୍ତି ନେଇ ପାରିବି କି
ଏବଂ ମୋର ଏକମାତ୍ର ଜୀବନକୁ ଭଲ ଭାବରେ ବଞ୍ଚି ପାରିବି କି ନାହିଁ ।
ତଥାପି, ସତ୍ୟ ଗ୍ରହଣ କରିବା ପରେ ଏବଂ ପରମେଶ୍ବରଙ୍କ ଆଜ୍ଞା
ବିଷୟରେ ଶିଖିବା ପରେ, ମୁଁ ଶେଷରେ ଆତ୍ମବିଶ୍ୱାସ ଏବଂ ଖୁସି
ଏବଂ ଶାନ୍ତି ଅନୁଭବ କଲି ଯେ ମୁଁ ପରମେଶ୍ୱରଙ୍କ ଆଜ୍ଞା
ପାଳନ କରିପାରିବି ଏବଂ ପରମେଶ୍ବରଙ୍କ ସନ୍ତାନ ଭାବରେ ଯୋଗ୍ୟ
ଜୀବନ ବିତାଇ ପାରିବି ଏବଂ ସ୍ୱର୍ଗରେ ପ୍ରବେଶ କରିପାରିବି ।
ଯଦି କେହି ଚର୍ଚ୍ଚ ଅଫ୍ ଗଡ୍ କୁ ଆସିବାକୁ ଚିନ୍ତା କରୁଛନ୍ତି,
ମୁଁ ପରାମର୍ଶ ଦେଉଅଛି କି ଯେବେବି ଆପଣ ବାଇବଲ
ଅଧ୍ୟୟନ କରିବାର ସୁଯୋଗ ପାଉଅଛନ୍ତି, ତେବେ ଆସନ୍ତୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି