ଯେଉଁପ୍ରକାର ପରମେଶ୍ୱର ଅବ୍ରହାମ, ନୋହ ଏବଂ ପିତର ଯେପରି ବିଶ୍ୱାସର ପୂର୍ବପୁରୁଷମାନଙ୍କୁ
ତେବେ ଆଶୀର୍ବାଦ କରିଥିଲେ, ଯେତେବେଳେ ସେମାନେ କଠିନ ପରିସ୍ଥିତିରେ ମଧ୍ୟ ପରମେଶ୍ୱରଙ୍କ
ବାକ୍ୟ ଉପରେ ଭରସା କରିଥିଲେ, ସେହିପରି ସେ ଆଜି ମଧ୍ୟ ଆମ୍ଭ ସମ୍ମୁଖରେ ଆସୁଥିବା
ନିଷ୍ପତ୍ତିପୂର୍ଣ୍ଣ ପରିସ୍ଥିତିରେ ଆମ୍ଭମାନଙ୍କ ବିଶ୍ୱାସକୁ ମଧ୍ୟ ଜାଞ୍ଚ କରନ୍ତି ।
ସର୍ବଶକ୍ତିମାନ ପରମେଶ୍ୱର ପୃଥିବୀର ସୃଷ୍ଟି କଲେ ଓ ଆପଣା ବାକ୍ୟ ଦ୍ୱାରା ମୃତ ମାନଙ୍କୁ ମଧ୍ୟ ପୁନର୍ଜୀବିତ କଲେ ।
ଯେବେ ଆମ୍ଭେ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ବାକ୍ୟ ଉପରେ ଭରସା କରିଥାଉ
ଆଉ ତାହାଙ୍କ ପାଳନ କରିଥାଉ, ତେବେ ଆମ୍ଭେ ପରମେଶ୍ୱରଙ୍କ ଅଦ୍ଭୁତ ଯୋଜନାକୁ ଅନୁଭବ କରିପାରିବା
ଯେ ଆମ୍ଭମାନଙ୍କୁ ପବିତ୍ର ଆତ୍ମଙ୍କ ଯୁଗରେ ପରିତ୍ରାଣ ଆଡ଼କୁ ନେତୃତ୍ୱ କରନ୍ତି ।
ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ,
କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ। କାରଣ ପୃଥିବୀ ଅପେକ୍ଷା
ଆକାଶମଣ୍ତଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା
ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ...
ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେପରି ହେବ; ତାହା ନିଷ୍ଫଳ ହୋଇ
ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବ
ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ ।
ଯିଶାଇୟ ୫୫:୮-୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି