ଗିଦିୟୋନ ଆପଣା ବଂଶ ମଧ୍ୟରେ ସମସ୍ତଙ୍କଠାରୁ ଛୋଟ ଥିଲେ, ଯାହା ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରେ ସବୁଠୁ ଦୁର୍ବଳ ଗୋଷ୍ଠୀ ଥିଲା ।
ତଥାପି ମଧ୍ୟ ସେ ପରମେଶ୍ୱରଙ୍କ ବାକ୍ୟର ପାଳନ କରି କେବଳ ୩୦୦ ସୈନିକଙ୍କ ସହିତ
୧,୩୫,୦୦୦ ମିଦୀୟନୀୟ ପୁରୁଷମାନଙ୍କୁ ପରାସ୍ତ କରିବାରେ ସକ୍ଷମ ଥିଲେ । ମୋଶା ଏବଂ ଯିହୋଶୂୟ ମଧ୍ୟ
ପରମେଶ୍ୱରଙ୍କ ବାକ୍ୟର ପାଳନ କରି ଅମାଲେକୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଜୟ କଲେ ।
ସେହି ପ୍ରକାର, ଆଜି ମଧ୍ୟ, ସମସ୍ତ ପରିସ୍ଥିତିରେ ବିଜୟ ପରମେଶ୍ୱରଙ୍କ ସାହାଯ୍ୟ ଉପରେ
ବିଶ୍ୱାସ କରିବା ଏବଂ ତାହାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ମିଳିଥାଏ ।
ଯେମିତି ଯିଶାଇୟ ଭବିଷ୍ୟବାଣୀ କରିଥିଲେ, “ପରମେଶ୍ୱର କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଳବାନ ଗୋଷ୍ଠୀ କରିବେ,”
ଯେଉଁମାନେ ଏହା ଅନୁଭବ କରନ୍ତି କି ଏହି ପୃଥିବୀରେ ସମସ୍ତ କିଛି ପରମେଶ୍ୱରଙ୍କ ଯୋଜନା ଅନୁସାରେ
ପୂରା କରାଯାଉଅଛି, ଏବଂ ପରମେଶ୍ୱରଙ୍କ ବାକ୍ୟର ପାଳନ କରିଥାଉ,
ଏହା ପର୍ଯ୍ୟନ୍ତ କି ସେହି ବାକ୍ୟର ମଧ୍ୟ ଯାହା ସାଧାରଣ ଦେଖାଯାଏ, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ ।
ତହୁଁ ସେ ତାହାଙ୍କୁ କହିଲେ, “ହେ ପ୍ରଭୋ... ଦେଖ, ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ,
ପୁଣି ମୋ’ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ ।”
ତେବେ ସଦାପ୍ରଭୁ ତାହାକୁ କହିଲେ, “ଆମ୍ଭେ ନିଶ୍ଚୟ ତୁମ୍ଭ ସଙ୍ଗେ ହେବା,
ତହିଁରେ ତୁମ୍ଭେ ମିଦୀୟନୀୟମାନଙ୍କୁ ଏକଜଣ ପରି ସଂହାର କରିବ ।”
ବିଚାରକର୍ତ୍ତା ୬:୧୫-୧୬
ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ, ସେମାନେ ଅନନ୍ତ କାଳଯାଏ
ଦେଶ ଅଧିକାର କରିବେ, ସେମାନେ ଆମ୍ଭର ଗୌରବାର୍ଥେ
ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି ।
କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଳବାନ ଗୋଷ୍ଠୀ ହେବ;
ଆମ୍ଭେ ସଦାପ୍ରଭୁ ଯଥାକାଳରେ ଏହା ଶୀଘ୍ର ଘଟାଇବା ।
ଯିଶାଇୟ ୬୦:୨୧-୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି