ଯେବେ ଆମ୍ଭେ ପିତାଙ୍କ ଯୁଗରେ ଓ ପୁତ୍ରଙ୍କ ଯୁଗରେ ହୋଇଥିବା ଚମତ୍କାର ଉପରେ ନଜର ଦେବା,
କି କିପରି ପରମେଶ୍ୱର ସୁଫ ସମୁଦ୍ରକୁ ବିଭାଜିତ କଲେ,
ଯିରୀହୋ ନଗରକୁ ସମଭୂମି କଲେ ଏବଂ ସୂର୍ଯ୍ୟକୁ ସ୍ଥଗିତ କଲେ, ତେବେ ଆମ୍ଭେ ବୁଝିପାରିବା
କି ସମସ୍ତ କିଛି ପରମେଶ୍ୱରଙ୍କ ବାକ୍ୟ ଅନୁସାରେ କରାଯାଏ ।
ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ସ୍ୱର୍ଗୀୟ ମାତା ପବିତ୍ର ଆତ୍ମାଙ୍କ ଯୁଗରେ
ଆତ୍ମା ଓ କନ୍ୟାଙ୍କ ରୂପେ ଏହି ପୃଥିବୀକୁ ଆସିଛନ୍ତି ।
ଯେବେ ମଧ୍ୟ ଆମ୍ଭେ ଏହା ଉପରେ ବିଶ୍ୱାସ କରୁଥାଇ କି ସୁସମାଚାରର କାର୍ଯ୍ୟ
ପରମେଶ୍ୱରଙ୍କ ଦ୍ୱାରା ପୂରା କରାଯାଏ ପରମେଶ୍ୱରଙ୍କ ବାକ୍ୟର ପାଳନ କରିଥାଉ,
ତେବେ ଏହି ସମୟ ମଧ୍ୟ ସୁସମାଚାରର ଏକ ଅଦ୍ଭୁତ କାର୍ଯ୍ୟ କରାଯାଏ ।
(ସିୟୋନର ସୁଗନ୍ଧ: ସୁସମାଚାରର କାର୍ଯ୍ୟ ଯାହାକୁ ପେଣ୍ଟିକଷ୍ଟ ପର୍ବ ପରେ ଚାରି ମାସରେ ପ୍ରାପ୍ତ କରାଗଲା)
ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ
ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ… କହିଲେ, “ସୂର୍ଯ୍ୟ, ଗିବିୟୋନ୍ ଉପରେ
ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍ର ତଳ ଭୂମିରେ (ସ୍ତବ୍ଧ ହୁଅ) ।”
ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ
ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା…
[ଯିହୋଶୂୟ ୧୦:୧୨-୧୩]
ଅନନ୍ତର ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ,
ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ଵାରା
ସମୁଦ୍ରକୁ ପଶ୍ଚାତ୍ ହଟାଇ ଶୁଷ୍କ କଲେ
ଓ ଜଳ ଦୁଇ ଭାଗ ହେଲା ।
[ଯାତ୍ରା ପୁସ୍ତକ ୧୪:୨୧]
ସେ କଥା ଶେଷ କରି ଶିମୋନଙ୍କୁ କହିଲେ,
“ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ ।”
ଏଥିରେ ଶିମୋନ ଉତ୍ତର ଦେଲେ, “ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି
କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି ।”
ଆଉ, ସେମାନେ ତାହା ପକାଇ ବହୁତ ମାଛ ଧରିଲେ,
ପୁଣି ସେମାନଙ୍କ ଜାଲ ଛିଣ୍ତିବାକୁ ଲାଗିଲା ।
[ଲୂକ ୫:୪-୬]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି