ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର କୁହନ୍ତି, “ଏହି ଜଗତର ଅନୁରୂପୀ ହୁଅ ନାହିଁ ।”
ଯେହେତୁ ଆମ୍ଭମାନଙ୍କ ଶରୀର ପରମେଶ୍ୱରଙ୍କ ମନ୍ଦିର ଅଟେ, ଯାହାକୁ ପରମେଶ୍ୱର ତାହାଙ୍କ ରକ୍ତରେ କ୍ରୟ କରିଅଛନ୍ତି, ତେଣୁକରି ଆମ୍ଭେମାନେ ସେହି ଇଶ୍ରାୟେଲୀୟମାନଙ୍କ ପରି ଆଚରଣ କରିବା ଉଚିତ୍ ନୁହେଁ, ଯେଉଁମାନେ ଶୟତାନ ଦ୍ୱାରା ପ୍ରଲୋଭିତ ହୋଇଥିଲେ ଏବଂ ଜଙ୍ଗଲରେ ସେମାନଙ୍କର ଯାତ୍ରାର ଶେଷରେ ବ୍ୟଭିଚାରରେ ଲିପ୍ତ ହୋଇଗଲେ ଏବଂ ଏଷୌଙ୍କ ପରି ଯିଏକି ଭୋକ କାରଣରୁ ତାହାଙ୍କର ଜନ୍ମସିଦ୍ଧ ଅଧିକାରକୁ ବିକ୍ରୟ କରିଦେଇଥିଲେ । ଆମ୍ଭମାନଙ୍କୁ ଏକ ଧାର୍ମିକ ଜୀବନଯାପନ କରିବା ଉଚିତ୍ ଯାହା ପରମେଶ୍ୱରଙ୍କୁ ଅନୁସରଣ କରିଥାଏ, ଏହି ଦୁଷ୍ଟ ଏବଂ ବ୍ୟଭିଚାରୀ ଜଗତକୁ ନୁହେଁ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ପବିତ୍ର ଏବଂ ଇଶ୍ୱରୀୟ ଜୀବନ ଅତିବାହିତ କରୁଥାଇ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି
ଯେତେବେଳେ ଜଗତ ପାପ ଓ ବ୍ୟଭିଚାରରେ ପରିପୂର୍ଣ୍ଣ ହୁଏ, ସେତେବେଳେ ପରମେଶ୍ୱର ଜଗତର ବିଚାର କରନ୍ତି ।
ଯେପରି ପରମେଶ୍ବର ନୋହଙ୍କ ସମୟରେ ଜଳ ଦ୍ୱାରା ଏବଂ ସଦୋମ ଓ ହମୋରା ସମୟରେ ଅଗ୍ନିରେ ଦୁଷ୍ଟ ପିଢିକୁ ବିଚାର କରିଥିଲେ, ସେହିପରି ପରମେଶ୍ବର ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ଭବିଷ୍ୟଦ୍ବାଣୀ କରିଥିଲେ ଯେ, ସେ ଏହି ଦୁଷ୍ଟ ଓ ବ୍ୟଭିଚାରୀ ପିଢିକୁ ଅଗ୍ନିରେ ବିଚାର କରିବେ ଏବଂ ତାହାଙ୍କ ସନ୍ତାନମାନଙ୍କୁ ପବିତ୍ର ଓ ଈଶ୍ବରୀୟ ଜୀବନଯାପନ କରିବା ଶିଖାଇବେ ।
ଆଉ ତଦ୍ଦ୍ଵାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା; ପୁଣି, ଏହି ବର୍ତ୍ତମାନ ଆକାଶମଣ୍ତଳ ଓ ପୃଥିବୀ ସେହି ବାକ୍ୟ ଦ୍ଵାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ... ସେହି ଦିନର ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ୍ । ୨ ପିତର ୩:୬-୧୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି