ପରମେଶ୍ବର ସେହି ଦିନକୁ ପ୍ରାଯଶ୍ଚିତ ଦିନ ରୂପେ ନିଯୁକ୍ତ କଲେ ଯେତେବେଳେ ମୋଶା ଦଶ ଆଜ୍ଞାର ଦ୍ବିତୀୟ ପ୍ରସ୍ତର ଫଳକ ନେଇ ତଳକୁ ଆସିଲେ, ଏବଂ ପତ୍ରକୁଟୀର ପର୍ବ ସେହି ପର୍ବ ଥିଲା ଯେଉଁ ସମୟରେ ଇସ୍ରାଏଲୀୟ ଲୋକମାନେ ଦଶ ଆଜ୍ଞାର ପ୍ରସ୍ତର ଫଳକ ରଖିବା ନିମନ୍ତେ ତମ୍ବୁ ନିର୍ମାଣ କରିଥିଲେ ।
ଯେପରି ୩,୫୦୦ ବର୍ଷ ପୂର୍ବେ ଦେଖାଯାଇଥିଲା, ପରମେଶ୍ୱରଙ୍କ ମନ୍ଦିର ନିର୍ମାଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ଏପରି ଏକ ହୃଦୟ ଅଟେ ଯାହା ଏଥିରେ ଯୋଗଦେବା ନିମନ୍ତେ ପ୍ରେରିତ ହୋଇଥିବ ଏବଂ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଥିବ ।
ଏହିପରି ଲୋକମାନେ ମନ୍ଦିର ନିର୍ମାଣ ପାଇଁ ବିପୁଳ ପରିମାଣର ସାମଗ୍ରୀ ଉତ୍ସର୍ଗ କରିଥିଲେ ।
ଆଜି ସମଗ୍ର ଜଗତ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ଯିରୂଶାଲମ ମାତାଙ୍କ ନିକଟକୁ ଆସୁଅଛନ୍ତି କାରଣ ପରମେଶ୍ୱରଙ୍କ ଲୋକମାନଙ୍କୁ ଯିରୂଶାଲମ ମନ୍ଦିରର ନିର୍ମାଣ ନିମନ୍ତେ ବିଭିନ୍ନ ଉପାଦାନ ଭାବେ ଚିହ୍ନିତ କରାଯାଇଅଛି ।
ଏକ ଭବିଷ୍ଯବାଣୀ ଅଛି ଯେ, ଯେପରି ପୁରାତନ ନିୟମରେ ପତ୍ରକୁଟୀର ପର୍ବ ପାଇଁ ବିଭିନ୍ନ ଶାଖା ଏକତ୍ରୀତ ହୋଇଥିଲା, ସେହିପରି ପରମେଶ୍ବରଙ୍କ ଲୋକମାନେ ବିଭିନ୍ନ ପ୍ରକାରର ବୃକ୍ଷ ରୁପରେ ଯିରୂଶାଲମରେ ଏକତ୍ରୀତ ହେବେ ।
ପ୍ରେତ୍ୟକକ ଲୋକ ଯିରୁଶାଲମକୁ ଯାଇ ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ବଳିଦାନ ଉତ୍ସର୍ଗ କଲେ । ସେମାନେ ସମାଗମ ତମ୍ବୁର ସମସ୍ତ କାର୍ଯ୍ଯ ଓ ପବିତ୍ର ବସ୍ତ୍ର ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଉତ୍ସର୍ଗ କଲେ ।
ପୁଣି ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ଵୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ଵନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ ।
ଯେଉଁମାନେ ଇଚ୍ଛୁକ ଥିଲେ, ଉଭୟ ପୁରୁଷ ଓ ମହିଳା, ସେମାନେ ଆସିଲେ ।
ଯାତ୍ରା ପୁସ୍ତକ ୩୫:୨୧-୨୨
ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ଵୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର;
ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ଵରୂପେ ବୃଦ୍ଧି ପାଉଅଛି;
ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ ।
ଏଫିସୀୟ ୨:୨୦-୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି