ବିପତ୍ତିରୁ ରକ୍ଷା ପାଇବା ପାଇଁ ନୂତନ ନିୟମର ନିସ୍ତାରପର୍ବ ପାଳନ କରିବା ଆବଶ୍ୟକ । ବାଇବଲର ଶିକ୍ଷା ଅନୁଯାୟୀ ନୂତନ ନିୟମର ନିସ୍ତାରପର୍ବ ପାଳନ କରୁଥିବା ଏକମାତ୍ର ଚର୍ଚ୍ଚ ହେଉଛି ଚର୍ଚ୍ଚ ଅଫ୍ ଗଡ୍, ଯାହା ବାଇବଲର ଭବିଷ୍ୟବାଣୀ ଅନୁଯାୟୀ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ଦ୍ୱାରା ସ୍ଥାପିତ କରାଯାଇଅଛି ।
ଜଳବାୟୁ ପରିବର୍ତ୍ତନ, ଭୂମିକମ୍ପ, ଝଡ଼, ଦୁର୍ଭିକ୍ଷ, ଯୁଦ୍ଧ ଜାରି ରହେ ଏବଂ ହତ୍ୟା ବନ୍ଦ ହୁଏ ନାହିଁ । ଯଦି ଏପରି ବିପତ୍ତି ମୋ’ ଉପରେ ଆସେ, ତେବେ ମୁଁ ସେଥିରୁ ରକ୍ଷା ପାଇ ପାରିବି କି?
ଯୁଦ୍ଧ! ଦୁର୍ଭିକ୍ଷ! ଭୂମିକମ୍ପ! ମହାମାରୀ!
ଯେଉଁମାନେ ନିଜ ସନ୍ତାନମାନଙ୍କୁ ହରାଇଛନ୍ତି,
ସେମାନେ ନାମ ଚିତ୍କାର କରି ଶୋକ କରନ୍ତି । ଯେଉଁମାନେ ଚିରାଫଟା ପୋଷାକ ପିନ୍ଧନ୍ତି ଏବଂ
ଭୋକରେ ପୀଡିତ, ସେମାନେ ମାଟି ଖାଆନ୍ତି ଏବଂ ଏକାକୀ ଶୋକ କରନ୍ତି । ଜଳବାୟୁ ପରିବର୍ତ୍ତନ,ଭୂମିକମ୍ପ, ଝଡ଼ ଏବଂ ଦୁର୍ଭିକ୍ଷର ଭୟରେ ଆମେ କମ୍ପୁଅଛୁ, ଏହି ବିପତ୍ତି ଯେକୌଣସି ସମୟରେ ଆମ ଉପରେ ପଡିପାରେ ।
ବିପତ୍ତିର ଶିକାର ହେଉଥିବା ଆମ ଲୋକମାନଙ୍କର କ୍ରନ୍ଦନ ଶୁଣନ୍ତୁ । ହେ ସର୍ବଶକ୍ତିମାନ୍ ପରମେଶ୍ୱର ଯେ ନିସ୍ତାରପର୍ବ ମାଧ୍ୟମରେ ଇସ୍ରାଏଲୀୟମାନଙ୍କୁ ବିପତ୍ତିରୁ ଉଦ୍ଧାର କଲେ! ଆମ ଉପରେ ଦୟା କରନ୍ତୁ ଏବଂ ବିପତ୍ତିରୁ ରକ୍ଷା ପାଇବା ପାଇଁ ଆମକୁ ପଥ ଦେଖାନ୍ତୁ! ଏବଂ ଆମକୁ ରକ୍ଷା କରନ୍ତୁ!
୩,୫୦୦ ବର୍ଷ ପୂର୍ବେ, ଯେତେବେଳେ ପ୍ରଥମଜାତକୁ ହତ୍ୟା କରିବାର ମହାମାରୀ ମିଶର ଉପରେ ଅଣାଯାଇଥିଲା, ଯେଉଁ ଯେଉଁ ଗୃହ ନିସ୍ତାରପର୍ବର ଏକ ବର୍ଷୀୟ ମେଷଶାବକର ରକ୍ତକୁ ଗୃହ ଦ୍ଵାରର ଦୁଇ ବାଜୁବନ୍ଧ ଓ କପାଳୀ ଉପରେ ଲଗାଇ ନିସ୍ତାରପର୍ବ ପାଳନ କଲେ, ସେମାନଙ୍କ ଉପରେ କୌଣସି ବିପତ୍ତି ଆସିଲା ନାହିଁ ।
ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ଵରୂପେ ରହିବ; ଆଉ ଆମ୍ଭେ ମିସର ଦେଶକୁ ଦଣ୍ତ ଦେବା ସମୟରେ ସେହି ରକ୍ତ ଦେଖିଲେ, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ । ଯାତ୍ରା ୧୨:୧୧-୧୪
ନିସ୍ତାରପର୍ବ ହେଉଛି ପରମେଶ୍ୱରଙ୍କ ଶକ୍ତିର ଚିହ୍ନ ଯାହା ଆମକୁ ବିପତ୍ତିରୁ ଉଦ୍ଧାର କରେ । ମିଶରରେ ପାଳନ କରାଯାଇଥିବା ନିସ୍ତାରପର୍ବ ଏକ ଛାୟା ଥିଲା । ନିସ୍ତାରପର୍ବ ଯାହା ଯୀଶୁ କ୍ରୁଶବିଦ୍ଧ ହେବା ପୂର୍ବରୁ ପାଳନ କଲେ, ବାସ୍ତବ ଅଟେ(ଲୂକ ୨୨:୨୦, ମାଥି ୨୬:୧୭) ।
“ନୂତନ ନିୟମର ନିସ୍ତାରପର୍ବ”, ଯାହା ଦ୍ୱାରା ଆମେ ଯୀଶୁଙ୍କ ରକ୍ତରେ ଅଂଶ ଗ୍ରହଣ କରିପାରିବା, ଏହି ଯୁଗରେ ମଧ୍ୟ ପାଳନ କରିବା ଆବଶ୍ୟକ । ୩୨୫ ଖ୍ରୀଷ୍ଟାବ୍ଦରେ ନିକାୟାର ପରିଷଦରେ ନୂତନ ନିୟମର ନିସ୍ତାରପର୍ବ ଯେଉଁଥିରେ ଯୀଶୁଙ୍କ ମୂଲ୍ୟବାନ ରକ୍ତର ପ୍ରତିଜ୍ଞା କରାଯାଇଥିଲା, ସଂପୂର୍ଣ୍ଣଭାବେ ନଷ୍ଟ କରାଗଲା ।
ଯାହା ବି ହେଉ, ଯେପରି ପରମେଶ୍ୱର କହିଛନ୍ତି, “ଆମ୍ଭେ ସଦାପ୍ରଭୁ ଯଥାକାଳରେ ଏହା ଶୀଘ୍ର ଘଟାଇବା”(ଯିଶା ୬୦:୨୨) । ଉଚିତ୍ ସମୟ ଆସି ଯାଇଅଛି, ଏବଂ ନିସ୍ତାରପର୍ବ, ପରମେଶ୍ୱର ସତ୍ୟ ପ୍ରକାଶ ହୋଇଅଛି । ବାଇବଲର ଭବିଷ୍ୟବାଣୀ ଅନୁଯାୟୀ, ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ନୂ ନୂତନ ନିୟମର ନିସ୍ତାରପର୍ବକୁ ପୁନଃ ସ୍ଥାପିତ କରିଛନ୍ତି ।
ସମଗ୍ର ବିଶ୍ୱରେ, କେବଳ ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍, ଯୀଶୁଙ୍କ ଶେଷ ଭୋଜ ପରି ରୋଟୀ ଓ ଦ୍ରାକ୍ଷାରସ ସହିତ ନିସ୍ତାରପର୍ବ ପାଳନ କରେ ।
ପ୍ରିୟ ପରମେଶ୍ୱର! ଆମକୁ, ନୂତନ ନିୟମର ନିସ୍ତାରପର୍ବ ପ୍ରଚାର କରିବାକୁ ଦିଅନ୍ତୁ, ଯାହା ଯୀଶୁଙ୍କ ମୂଲ୍ୟବାନ ରକ୍ତରେ ଅଂଶ ଗ୍ରହଣ କରିବାର ଏକମାତ୍ର ପଥ । ଯାହାଦ୍ୱାରା ସମଗ୍ର ଜଗତ ଏହାକୁ ପାଳନ କରିପାରିବ ଏବଂ ବିପତ୍ତିରୁ ରକ୍ଷା ପାଇପାରିବ ।
ଦୟାକରି ଆପଣ ଚର୍ଚ୍ଚ ଅଫ୍ ଗଡ୍ କୁ ଆସନ୍ତୁ, ଯାହା ବାଇବଲର ଭବିଷ୍ୟବାଣୀ ଅନୁଯାୟୀ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ଦ୍ୱାରା ସ୍ଥାପିତ କରାଯାଇଅଛି ଏବଂ ଆପଣ ନୂତନ ନିୟମର ନିସ୍ତାରପର୍ବ ପାଳନ କରି ବିପତ୍ତିରୁ ରକ୍ଷା ପାଆନ୍ତୁ ଏବଂ ଅନନ୍ତ ଜୀବନ ପ୍ରାପ୍ତ କରନ୍ତୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି