ପରମେଶ୍ବରଙ୍କ ଶକ୍ତି ଦ୍ୱାରା ଇସ୍ରାଏଲୀୟମାନଙ୍କୁ ମିଶରରେ ୪୩୦ ବର୍ଷର ଦାସତ୍ୱରୁ ମୁକ୍ତ କରାଗଲା, ଏବଂ ସେମାନେ କିଣାନ ଆଡ଼କୁ ଗଲେ ।
କିନ୍ତୁ, ଇସ୍ରାଏଲୀୟମାନେ ପରମେଶ୍ବରଙ୍କ ଅନୁଗ୍ରହକୁ ଭୁଲିଗଲେ ଯେ ସେମାନଙ୍କୁ ମୁକ୍ତ କରିଥିଲେ ।
“କିହେତୁ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ?”
ଯେଉଁମାନେ ଅଭିଯୋଗ କଲେ, ସେମାନଙ୍କୁ ବିଷାକ୍ତ ସର୍ପ କାମୁଡ଼ିଲେ ଏବଂ ସେମାନଙ୍କର ମୃତ୍ୟୁ ହେଲା । (ଗଣ ୨୧:୬)
ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଗୋଟିଏ ଦାହକ-ସର୍ପ ନିର୍ମାଣ କରି ପତାକା-ଦଣ୍ତ ଉପରେ ରଖ; ତହିଁରେ ସର୍ପଦ୍ରଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ ।” ଗଣ ୨୧:୮
ତେବେ, ପିତ୍ତଳ ସର୍ପ ହିଁ ସେମାନଙ୍କୁ ରକ୍ଷା କଲା କି?
ନାହିଁ ।
ପରମେଶ୍ବର ଏହି ବାକ୍ୟଗୁଡ଼ିକ ସହିତ ସେମାନଙ୍କୁ ଉଦ୍ଧାର କଲେ, “ସର୍ପଦ୍ରଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ ।”
ତଥାପି, ଇସ୍ରାଏଲୀୟମାନେ ଭାବିଲେ ଯେ ଏହାର ରହସ୍ୟମୟ ଶକ୍ତି ଅଛି, ଶହ ଶହ ବର୍ଷ ଧରି ପିତ୍ତଳ ସର୍ପକୁ ଉପାସନା କଲେ ।
ଯେତେବେଳେ ରାଜା ହିଜକୀୟ ପିତ୍ତଳ ସର୍ପକୁ ଖଣ୍ଡ ଖଣ୍ଡ କଲେ, ତେବେ ପରମେଶ୍ବର ତାଙ୍କୁ ପ୍ରଶଂସା କଲେ, ଏବଂ ସେ ଯାହା କଲେ, ସେଥିରେ ତାଙ୍କୁ ସଫଳ କରାଇଲେ । (୨ ରାଜା ୧୮:୩-୭)
ପରମେଶ୍ବର ହିଜକୀୟଙ୍କୁ କାହିଁକି ପ୍ରଶଂସା କଲେ ଯେ ପିତ୍ତଳ ସର୍ପକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଲେ?
କାରଣ ଯେ ପ୍ରତିମା ଉପାସନା କରେ ସେ ବିନାଶ ହେବ ।
ପିତ୍ତଳ ସର୍ପର ଉପାସନାର ଇତିହାସ ଏକ ଭବିଷ୍ୟଦ୍ବାଣୀ ଥିଲା ଯେ ଚର୍ଚ୍ଚ କ୍ରୁଶ ସ୍ଥାପନ କରିବ ଏବଂ ନଷ୍ଟ ହୋଇଯିବ ।
“ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ଵକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହିପ୍ରକାର ଊର୍ଦ୍ଧ୍ଵକୁ ଉଠାଯିବେ,” ଯୋହ ୩:୧୪-୧୫
ଏହା କ୍ରୁଶ ନଥିଲା ଯାହା ଆମକୁ ରକ୍ଷା କଲା, କିନ୍ତୁ ଯୀଶୁ ଆମକୁ ରକ୍ଷା କଲେ । (୧ ପିତ ୧:୧୮-୧୯) ଆଜି, କିନ୍ତୁ, ଚର୍ଚ୍ଚଗୁଡ଼ିକ କ୍ରୁଶକୁ ଉପାସନା କରନ୍ତି, ଯେପରି ଇସ୍ରାଏଲୀୟମାନେ ପିତ୍ତଳ ସର୍ପକୁ ଉପାସନା କଲେ । କ୍ରୁଶ କାଠ ଖଣ୍ଡ ବ୍ୟତୀତ ଆଉ କିଛି ନୁହେଁ, ଯେପରି ପିତ୍ତଳ ସର୍ପ ପିତ୍ତଳର ଖଣ୍ଡ ବ୍ୟତୀତ ଆଉ କିଛି ନୁହେଁ । କ୍ରୁଶ ସ୍ଥାପନ କରିଥିବା ଚର୍ଚ୍ଚଗୁଡ଼ିକୁ ନଷ୍ଟ କରାଯିବ । (ଦ୍ୱି:ବିବ ୨୭:୧୫)
“ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଳେଶର ଅଂଶୀ ନ ହୁଅ, ଏଥିନିମନ୍ତେ ତାହାଠାରୁ ବାହାରି ଆସ;” ପ୍ରକା ୧୮:୪
ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ଶିକ୍ଷା ଅନୁସରଣ କରି, ଚର୍ଚ୍ଚ ଅଫ୍ ଗଡ୍ ସମସ୍ତ ଲୋକଙ୍କୁ ଜଣାଉଛି ଯେ ପିତ୍ତଳ ସର୍ପର ଘଟଣା କ୍ରୁଶ ଉପାସନର ଏକ ଭବିଷ୍ୟଦ୍ବାଣୀ । ଦୟାକରି ଚର୍ଚ୍ଚ ଅଫ୍ ଗଡ୍ କୁ ଆସନ୍ତୁ, ଯାହା ସିୟୋନ, ଯେଉଁଠାରେ ପବିତ୍ର ଆତ୍ମାଙ୍କ ଯୁଗର ତ୍ରାଣକର୍ତ୍ତା, ମାତା ପରମେଶ୍ୱର ବାସ କରନ୍ତି, ଏବଂ ଆପଣ ଅନ୍ତିମ ବିପତ୍ତିରୁ ରକ୍ଷା ପାଇବେ ଏବଂ ଉଦ୍ଧାର ପାଇବେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି