ରବିବାର ଆରାଧନା ଏବଂ ଖ୍ରୀଷ୍ଟମାସ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିବା ପାଇଁ
ଏବଂ ସେଗୁଡ଼ିକ ମନୁଷ୍ୟର ଆଜ୍ଞା ସହିତ ଜଡିତ । ପୁତ୍ରଙ୍କ ଯୁଗରେ ଯୀଶୁ ଏବଂ
ପବିତ୍ର ଆତ୍ମାଙ୍କ ଯୁଗରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର
ଆମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ଯେଉଁମାନେ ମନୁଷ୍ୟର ଆଜ୍ଞାକୁ ପାଳନ କରନ୍ତି
ସେମାନେ ବାହ୍ୟ ରୂପରେ ଯେପରି ଦେଖାଯାନ୍ତୁ ନା କାହିଁକି ସେମାନେ ମିଥ୍ୟା ଭବିଷ୍ୟଦ୍ବକ୍ତା ଅଟନ୍ତି ।
ମିଥ୍ୟା ଭବିଷ୍ୟଦ୍ବକ୍ତାମାନେ ମେଣ୍ଢାବେଶରେ କେନ୍ଦୁଆଗଣ ପରି ଭଲ ମେଷପାଳକ ଭାବରେ ବେଶ ଧାରଣ କରନ୍ତି ।
ସେମାନେ ଲୋକଙ୍କୁ ପ୍ରତାରଣା କରନ୍ତି ଯାହା ଦ୍ୱାରା ଲୋକମାନେ ସେହି ଆଜ୍ଞାକୁ ପାଳନ କରିବାରେ ବିଫଳ ହୁଅନ୍ତୁ
ଯାହା ପରମେଶ୍ବର ଆମ୍ଭମାନଙ୍କୁ ପାଳନ କରିବାକୁ ଆଦେଶ ଦେଇଛନ୍ତି । କେବଳ ଚର୍ଚ୍ଚ ଅଫ୍ ଗଡ୍ ହିଁ ସେହି ସ୍ଥାନ
ଯେଉଁଠାରେ ସ୍ତ୍ରୀର ଅବଶିଷ୍ଟ ସନ୍ତାନମାନେ ବିଶ୍ରାମ ଦିନ ଓ ନିସ୍ତାରପର୍ବ ପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରନ୍ତି
ଏବଂ ସତ୍ୟକୁ ମିଥ୍ୟାଠାରୁ ପୃଥକ କରନ୍ତି ।
“ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି,
ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ ।
ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ
ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି ।”
ମାଥିଉ ୧୫:୭-୯
ଭଣ୍ତ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ;
ସେମାନେ ମେଣ୍ତାବେଶରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି,
କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ!
ମାଥିଉ ୭:୧୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି