୨,୦୦୦ ବର୍ଷ ପୂର୍ବେ, ସୃଷ୍ଟିକର୍ତ୍ତା ପରମେଶ୍ୱର ଯୀଶୁଙ୍କ ନାମରେ ଏହି ପୃଥିବୀକୁ ଆସିଲେ, ଏବଂ ନୂତନ ନିୟମ ସ୍ଥାପନ କଲେ ।
ନୂତନ ନିୟମ ମାଧ୍ୟମରେ, ପରମେଶ୍ବରଙ୍କ ସନ୍ତାନ, ଯେଉଁମାନେ ପାପ ଓ ମୃତ୍ୟୁରେ ପୀଡିତ, ପାପର କ୍ଷମା ଏବଂ ଅନନ୍ତ ଜୀବନ ପାଇପାରିବେ ।
ତିନି ବର୍ଷ ପର୍ଯ୍ୟନ୍ତ, ଯୀଶୁ ନିଜ ଶିଷ୍ୟମାନଙ୍କ ପାଇଁ ନୂତନ ନିୟମ ପାଳନ କରିବାର ଉଦାହରଣ ଦେଖାଇଲେ ।
“ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି ।” ଯୋହନ ୧୩:୧୫
ପୁନରୁତ୍ଥାନ ପରେ, ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ସମସ୍ତ ଲୋକଙ୍କୁ ନୂତନ ନିୟମ ପାଳନ କରିବାକୁ ଶିଖାନ୍ତୁ ଯାହା ଦ୍ୱାରା ସେମାନେ ଉଦ୍ଧାର ପାଇପାରିବେ । (ମାଥିଉ ୨୮:୧୯)
ଯୀଶୁଙ୍କ ବାକ୍ୟ ଅନୁସରଣ କରି ତାଙ୍କ ଶିଷ୍ୟମାନେ ନୂତନ ନିୟମ ପ୍ରଚାର କଲେ ।
ନୂତନ ନିୟମରେ, ଯାହା ମାଧ୍ୟମରେ ଆମେ ପାପ କ୍ଷମା ପାଇପାରିବା, ଆରାଧନାର ଏକ ନିୟମ ଅଛି ।
ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ, ସେ ପରମେଶ୍ୱରଙ୍କୁ ଅପମାନ କରେ । କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ, ସେ ଆପଣା ମସ୍ତକର ଅପମାନ କରେ । (୧ କରିନ୍ଥୀୟ ୧୧:୪-୫)
ଖ୍ରୀଷ୍ଟଙ୍କ ଦ୍ୱାରା ସ୍ଥାପିତ ଚର୍ଚ୍ଚରେ ଯାହା ନୂତନ ନିୟମ ପାଳନ କରେ, ଆରାଧନା ସମୟରେ ସ୍ତ୍ରୀ ଆପଣା ମସ୍ତକକୁ ଓଢ଼ଣାରେ ଆଚ୍ଛାଦନ କରନ୍ତି, ଏବଂ ପୁରୁଷ ଆଚ୍ଛାଦନ କରେ ନାହିଁ ।
କିନ୍ତୁ, ଯୀଶୁଙ୍କ ସ୍ୱର୍ଗାରୋହଣ ପରେ, କିଛି ସ୍ତ୍ରୀଲୋକ ଜୋର୍ ଦେଇ କହିଲେ ଯେ ସେମାନଙ୍କୁ ଓଢ଼ଣା ପରିଧାନ କରିବା ଉଚିତ୍ ନୁହେଁ ।
ଏହି କାରଣରୁ, ପ୍ରେରିତ ପାଉଲ ସେମାନଙ୍କୁ ଓଢ଼ଣା ପରିଧାନ କରିବାକୁ ଅନୁରୋଧ କଲେ, ଏହା ବ୍ୟାଖ୍ୟା କରି ଯେ ମାନବ ସ୍ୱଭାବରୁ ଜଣେ ସ୍ତ୍ରୀଲୋକ ପାଇଁ ଲମ୍ବା କେଶ ରଖିବା ସୁନ୍ଦର ଲାଗେ ।
ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କଅଣ ଉପଯୁକ୍ତ? ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ, କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ? କାରଣ ଆବରଣ ସ୍ଵରୂପେ ତା’ର କେଶ ତାହାକୁ ଦିଆଯାଇଅଛି । କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ଵା ଈଶ୍ଵରଙ୍କ ମଣ୍ତଳୀସମୂହର ନାହିଁ । ୧ କରିନ୍ଥୀୟ ୧୧:୧୩-୧୬
ବାଇବଲ ସ୍ପଷ୍ଟ ଭାବରେ କହେ ଯେ ଆରାଧନା ସମୟରେ ଜଣେ ସ୍ତ୍ରୀକୁ ଆପଣା ମସ୍ତକକୁ ଓଢ଼ଣାରେ ଆଚ୍ଛାଦନ କରିବା ଉଚିତ୍ ।
ଆରାଧନା ସମୟରେ ଜଣେ ସ୍ତ୍ରୀଙ୍କୁ ଓଢ଼ଣା ଆଚ୍ଛାଦନ କରିବାର କାର୍ଯ୍ୟ, ନୂତନ ନିୟମର ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ଯାହା ଯୀଶୁ ଶିକ୍ଷା ଦେଲେ ଏବଂ ପ୍ରେରିତ ପାଉଲ ପ୍ରଚାର କଲେ ।
ଓଢ଼ଣାର ନିୟମ ପାଳନ କରିବା ପରମେଶ୍ବରଙ୍କ ଇଚ୍ଛା ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି