କାରଣ ପରମେଶ୍ୱର ଆପଣା ସନ୍ତାନଙ୍କୁ ପ୍ରତ୍ୟେକ ଆରାଧନା ଦ୍ୱାରା ସ୍ୱର୍ଗର
ଆଶିର୍ବାଦ ଦିଅନ୍ତି, ତେବେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା ଓ ପରମେଶ୍ୱରଙ୍କ
ଉପାସନା କରିବାର କାର୍ଯ୍ୟ ସ୍ୱୟଂ ହିଁ ଖୁସି ଓ ଆନନ୍ଦ ।
ସ୍ୱର୍ଗର ପ୍ରତି ଆଶାର ବିନା ବିଶ୍ୱାସର ଏକ ବାଧ୍ୟ ଜୀବନ
ପ୍ରଲୋଭନର କାରଣ ହୁଏ । ଆମ୍ଭମାନଙ୍କୁ ଆଦମ ଓ ହବାଙ୍କ ମାର୍ଗର
ଅନୁସରଣ ନ କରିବା ଉଚିତ୍ ଯେଉଁମାନେ ଶୟତାନ ଧୃର୍ତ୍ତତାରେ ପରାଜିତ ହୋଇଥିଲେ,
କିନ୍ତୁ ଆୟୁବଙ୍କ ପରି ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ୍, ଆଉ ଶେଷ ପର୍ଯ୍ୟନ୍ତ
ପରମେଶ୍ୱରଙ୍କ ଉପସନା କରିବା ଉଚିତ୍, ଓ ଯୀଶୁଙ୍କ ଉଦାହରଣ ପାଳନ
କରୁଥାଇ, ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ପରୀକ୍ଷାରେ ବିଜୟ ପ୍ରାପ୍ତ କରିବା ଉଚିତ୍ ।
ସ୍ୱର୍ଗର ଆମ୍ଭମାନଙ୍କ ପଥରେ ବାଧା ପକାଇବା ପାଇଁ ସମସ୍ତ ସାଂସାରିକ ପ୍ରଲୋଭନ ପରୀକ୍ଷା ।
ଯେମିତି ୪୦ ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ପ୍ରତ୍ୟେକ କ୍ଷଣି ଇସ୍ରାଏଲମାନଙ୍କ ପରୀକ୍ଷା କରାଯାଇଥିଲା,
ଠିକ୍ ସେମିତି ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଯେଉଁମାନେ ସ୍ୱର୍ଗୀୟ କିଣାନ ଆଡ଼କୁ ଅଗ୍ରସର ହେଉଛନ୍ତି,
ସେମାନଙ୍କ ପରୀକ୍ଷା କରାଯାଉଅଛି, କିନ୍ତୁ ଯଦି ଆମ୍ଭେ ପିତା ପରମେଶ୍ୱର ଓ
ମାତା ପରମେଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା, ତେବେ ଆମ୍ଭେ ପରୀକ୍ଷାରେ ସ୍ଥିର ରହିପାରିବା
ଓ ଶେଷରେ ସ୍ୱର୍ଗର ଆଶିର୍ବାଦକୁ ପ୍ରାପ୍ତ କରିପାରିବ ।
“ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏ ହେତୁ ପୃଥିବୀ
ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ
ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ ।” [ପ୍ରକାଶିତ ବାକ୍ୟ ୩:୧୦]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି