ପୁରାତନ ନିୟମର ମୋଶଙ୍କ ସମୟରେ ପ୍ରଥମ ଫଳର ପର୍ବ ଛାୟା ଥିଲା,
ନୂତନ ନିୟମରେ ପୁନରୁତ୍ଥାନର ଦିନ ବାସ୍ତବିକତା ଅଟେ ।
ନିଦ୍ରାଗତଙ୍କ ପ୍ରଥମ ଫଳ ସ୍ୱରୂପେ ପ୍ରଥମ ଫଳର ପର୍ବର ଭବିଷ୍ୟବାଣୀକୁ
ପୂର୍ଣ୍ଣ କରିବା ପାଇଁ, ଯୀଶୁ ଖ୍ରୀଷ୍ଟ ମଧ୍ୟ ବିଶ୍ରାମ ଦିନର ପର ଦିନ
ଅର୍ଥାତ୍ ରବିବାର ରେ ପୁନରୁତ୍ଥାନ ହେଲେ ।
ଏଥିପାଇଁ, ଏହା ପରମେଶ୍ୱରଙ୍କ ଇଚ୍ଛା ଅଟେ କି ଆମ୍ଭେମାନେ ବିଶ୍ରାମ ଦିନ (ଶନିବାର) କୁ
ସପ୍ତାହିକ ପର୍ବ ରୂପେ ଓ ପୁନରୁତ୍ଥାନର ଦିନକୁ
ବାର୍ଷିକ ପର୍ବ ରୂପେ ଭିନ୍ନତାରେ ପାଳନ କରିବା ଉଚିତ୍ ।
ଶୟତାନ ମାନବ ଜାତିକୁ ମୃତ୍ୟୁର ବନ୍ଧନରେ ବନ୍ଧ କଲା ଯାହାଦ୍ୱାରା ସେମାନଙ୍କୁ
ମୃତ୍ୟୁର ପୀଡ଼ା ଦ୍ୱାରା ଅତୀବାହିତ ହେବାକୁ ପଡ଼ିଲା; କିନ୍ତୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସି
ମୃତ୍ୟୁର ଶକ୍ତିକୁ ଭାଙ୍ଗି ଦେଲେ ଓ ପୁନରୁତ୍ଥାନର ଦିନ ଦ୍ୱାରା
ଲୋକମାନଙ୍କୁ ଅନନ୍ତ ଜୀବନର ସତ୍ୟରେ ନେତୃତ୍ୱ କଲେ ।
ଆଜିକାଲି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଅଣ୍ଡା ବାଣ୍ଟିବାର ବୁତପରସ୍ତ ପରମ୍ପରାକୁ
ପାଳନ କରନ୍ତି ନାହିଁ, ମାତ୍ର ଯୀଶୁ ଖ୍ରୀଷ୍ଟଙ୍କ ନମୁନାର ଅନୁସାରେ ରୋଟୀ ଭାଙ୍ଗୁଥାଇ
ଯାହାଦ୍ୱାରା ଆତ୍ମିକ ଚକ୍ଷୁ ଖୋଲିଯାଏ, ସତ୍ୟ ପୁନରୁତ୍ଥାନର ଦିନ ପାଳନ କରନ୍ତି ।
“କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ଵରୂପେ
ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି... ଖ୍ରୀଷ୍ଟଙ୍କ ଦ୍ଵାରା ସମସ୍ତେ ସଜୀବ ହେବେ ।” [୧କରିନ୍ଥୀ ୧୫:୨୦-୨୨]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି