ପ୍ରତ୍ୟେକ ବ୍ୟକ୍ତିର କାର୍ଯ୍ୟ, ଯାହା ଜୀବନ ପୁସ୍ତକରେ ଲିପିବଦ୍ଧ ଅଛି, ସହସ୍ର ବର୍ଷ ମଧ୍ୟ
ବିନଷ୍ଟ ହୁଏ ନାହିଁ, କିନ୍ତୁ ସେମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ବିଚାର କରାଯାଏ
କି ସେମାନେ ପୁରସ୍କାର ଅବା ଦଣ୍ଡର ଯୋଗ୍ୟ ଅଟନ୍ତି । ତାହା ଅନୁସାରେ,
ସେମାନେ ଧାର୍ମିକମାନଙ୍କ ପୁନରୁତ୍ଥାନରେ ଭାଗ ନେବେ, ଯାହା ସେମାନଙ୍କୁ ସ୍ୱର୍ଗକୁ ନେଇଯିବ ଅବା
ଅଧାର୍ମିକମାନଙ୍କ ପୁନରୁତ୍ଥାନରେ ଯାହା ସେମାନଙ୍କୁ ନରକକୁ ନେଇଯିବ ।
ପ୍ରଥମ ଚର୍ଚ୍ଚର ସାଧୁମାନେ ଯୀଶୁଙ୍କ ପୁନରୁତ୍ଥାନର ଅନୁଭବ କଲେ ଆହୁରି ଆପଣା ବିଶ୍ୱାସରେ ଦୃଢ଼ ରହିଲେ ।
ଆଜି, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ସ୍ୱର୍ଗୀୟ ମାତା ଆମ୍ଭକୁ ପୁନରୁତ୍ଥାନ ଏବଂ ରୂପାନ୍ତରଣରେ
ବିଶ୍ୱାସ ରଖିବାକୁ ଶିକ୍ଷା କରନ୍ତି । ସେମାନେ ଶିକ୍ଷା କରାନ୍ତି କି ଯେବେ ସମସ୍ତ ମନୁଷ୍ୟ ପରମେଶ୍ୱରଙ୍କ ଭୟ କରିବେ
ଏବଂ ଆପଣା ପାପର ସମ୍ପୂର୍ଣ୍ଣ ଭାବରେ ପଶ୍ଚତାପ କରିବେ, ତେବେ ସେମାନେ ଆତ୍ମିକ ଶରୀରରେ
ରୂପାନ୍ତରିତ ହୋଇଯିବେ ଏବଂ ସ୍ୱର୍ଗଦୂତଙ୍କ ଦୁନିଆକୁ ଫେରିଯିବେ ।
ପୁଣି, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି,
ମୁଁ ମଧ୍ୟ ଈଶ୍ଵରଙ୍କଠାରେ ସେହିପ୍ରକାର ଭରସା ରଖିଅଛି ବୋଲି ଆପଣଙ୍କ ନିକଟରେ ସ୍ଵୀକାର କରୁଅଛି ।
ଏହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଈଶ୍ଵରଙ୍କ ଓ
ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯନି କରୁଥାଏ ।
ପ୍ରେରିତ ୨୪:୧୫-୧୬
ଆମ୍ଭେମାନେ ତ ସ୍ଵର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ;
ସେ... ତଦ୍ଦ୍ଵାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି
ଆପଣାର ଗୌରବମୟ ଶରୀରର ସଦୃଶ କରିବେ ।
ଫିଲିପ୍ପୀୟ ୩:୨୦-୨୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି