ପୁରତାନ ନିୟମରେ ପ୍ରଥମ ଫଳର ପର୍ବ ନୂତନ ନିୟମରେ ପୁନରୁତ୍ଥାନର ଦିନ ଅଟେ ।
ଏହା ଏକ ଭବିଷ୍ୟବାଣୀ ଅଟେ ଯାହା ରବିବାରକୁ ପୂରା ହେବାର ଥିଲା ।
ସପ୍ତାହର ପ୍ରଥମ ଦିନକୁ ଇସ୍ରାଏଲୀୟ ମିସରରୁ ବାହାର ହୋଇ ସୁଫ ସମୁଦ୍ରର ଆର ପାରିକୁ ଓହ୍ଲାଇଲେ ।
ପରମେଶ୍ୱର ସେହି ଦିନକୁ ପ୍ରଥମ ଫଳର ପର୍ବ ରୂପେ ନିଯୁକ୍ତ କଲେ,
ଏବଂ ଇସ୍ରାଏଲୀୟ ଏହାକୁ ପ୍ରତିବର୍ଷ ବିଶ୍ରାମ ଦିନର ପର ଦିନ(ରବିବାର) କୁ ପାଳନ କରିବାକୁ ଦେଲେ ।
ପ୍ରଥମ ଫଳ ଦିନର ଭବିଷ୍ୟବାଣୀକୁ ପୂରା କରିଥାଇ,
ସପ୍ତାହର ପ୍ରଥମ ଦିନ(ରବିବାର) ଯୀଶୁଙ୍କ ପୁନରୁତ୍ଥାନ ହୋଇଥିଲା ।
ପ୍ରଥମ ଫଳ ଦିନର ଭବିଷ୍ୟବାଣୀ ଅନୁସାରେ, ବର୍ତ୍ତମାନ ପ୍ରଥମ କଟା ଶସ୍ୟର ଏକ ବିଡ଼ା ପରମେଶ୍ୱରଙ୍କୁ
ଅର୍ପଣ କରାଯାଉଥିଲା, ଯୀଶୁ ପ୍ରଥମ ଫଳ ରୂପେ ସେହି ଲୋକମାନଙ୍କ ମଧ୍ୟରେ ଯେଉଁମାନେ ମୃତ୍ୟୁ ବରଣ କରିଥିଲେ, ଉତ୍ଥିତ ହେଲେ ଏବଂ ସେ ସମସ୍ତ ମାନବଜାତିକୁ ପୁନରୁତ୍ଥାନର ଆଶା ଦେଲେ । ଏହି ବିଶ୍ୱାସ ସହିତ ଚର୍ଚ୍ଚ ଅଫ୍ ଗଡ୍ ପ୍ରତି ବର୍ଷ ପୁନରୁତ୍ଥାନର ଦିନ ପାଳନ କରେ ।
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, “... ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ । ତହିଁରେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦୋଳାଇବ; ବିଶ୍ରାମବାରର ପରଦିନ ଯାଜକ ତାହା ଦୋଳାଇବ ।”
ଲେବୀୟ ପୁସ୍ତକ ୨୩:୯-୧୧
ଆଉ, ବିଶ୍ରାମବାରରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ, କିନ୍ତୁ ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧିଦ୍ରବ୍ୟ ଘେନି ସମାଧି ନିକଟକୁ ଗଲେ । ପୁଣି, ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ, କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ ।... ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ଵେଷଣ କରୁଅଛ? ସେ ଏଠାରେ ନାହାନ୍ତି, ମାତ୍ର ଉଠିଅଛନ୍ତି । ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ ।
ଲୂକ ୨୪:୧-୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି