ମାନବଜାତିର ତ୍ରାଣକର୍ତ୍ତା ପରମେଶ୍ୱର ନିସ୍ତାରପର୍ବ ମାଧ୍ୟମରେ ଆମକୁ ପାପ କ୍ଷମା ଏବଂ ସ୍ୱର୍ଗର ଅନନ୍ତରାଜ୍ୟର ଆଶୀର୍ବାଦ ପ୍ରଦାନ କରିଛନ୍ତି ଏବଂ ଶକ୍ତିଶାଳୀ ଭାବରେ ଘୋଷଣା କରିଛନ୍ତି ଯେ ଯେଉଁମାନେ ନିସ୍ତାରପର୍ବ ପାଳନ କରନ୍ତି ସେମାନେ ପରମେଶ୍ବରଙ୍କ ଲୋକ ଭାବରେ ସ୍ୱର୍ଗର ନାଗରିକତ୍ୱ ଗ୍ରହଣ କରିବେ ଏବଂ ପରିତ୍ରାଣ ପ୍ରାପ୍ତ କରିବେ ।
୨,୦୦୦ ବର୍ଷ ପୂର୍ବେ ଆସିଥିବା ଯୀଶୁ, ଏବଂ ଏହି ଯୁଗରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଶିଖାଇଛନ୍ତି ଯେ ନିସ୍ତାର ପର୍ବ ପାଳନ କରିବା ବିନା କେବଳ ଓଠରେ ପରମେଶ୍ୱଙ୍କୁ ଡାକିବା ଏକ ଅସ୍ପଷ୍ଟ ବିଶ୍ୱାସ ସହିତ ସମାନ ।
ସେହିପରି, ଯେଉଁମାନେ ନିର୍ଦ୍ଦିଷ୍ଟ ସମୟରେ ନିସ୍ତାରପର୍ବ ପାଳନ କରିବାରେ ଅସମର୍ଥ ସେମାନଙ୍କ ପାଇଁ ପରମେଶ୍ୱର ଦ୍ୱିତୀୟ ନିସ୍ତାରପର୍ବ ଦେବାର କାରଣ ହେଉଛି ନିସ୍ତାରପର୍ବ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଯାହା ପରମେଶ୍ବରଙ୍କ ପ୍ରକୃତ ଲୋକଙ୍କୁ ପୃଥକ କରେ ।
“ଇସ୍ରାଏଲ-ସନ୍ତାନଗଣ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ ।...
ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହିଦିନ ସେମାନେ ନିସ୍ତାର ପର୍ବ ପାଳନ କରି
ପାରିଲେ ନାହିଁ;...
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ... ତେବେହେଁ ସେ ସଦାପ୍ରଭୁଙ୍କ ନିସ୍ତାର ପର୍ବ ପାଳନ କରିବ;
ଦ୍ଵିତୀୟ ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ସେମାନେ ତାହା ପାଳନ କରିବେ;...
ମାତ୍ର ଯେକେହି…
ନିସ୍ତାର ପର୍ବ ପାଳନ କରିବାରୁ କ୍ଷାନ୍ତ ହୁଏ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ;...”
ଗଣନା ପୁସ୍ତକ ୯:୨-୧୩
ଅତଏବ, ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ ।
ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।
ମାଥିଉ ୭:୨୦-୨୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି