ଆମ୍ଭେମାନେ କେଉଁଠାରୁ ଆସିଅଛୁ? ମରିଯିବା ପରେ ଆମ୍ଭେମାନେ କେଉଁଠାକୁ ଯିବା? ଯଦିଓ ଅନେକ ଦାର୍ଶନିକ, ଧର୍ମଶାସ୍ତ୍ରୀ ଏବଂ ବୈଜ୍ଞାନିକମାନେ ଶତାବ୍ଦୀ ଧରି ଜୀବନର ଅର୍ଥର ଉତ୍ତର ଖୋଜିଛନ୍ତି, ତଥାପି ସେମାନେ ନିଜକୁ ଖଣ୍ଡନ କରିବା ବିନା ଏକ ତତ୍ତ୍ୱ ମଧ୍ୟ ପରାମର୍ଶ ଦେଇ ପାରିବେ ନାହିଁ । ଲୋକମାନେ ଜୀବନର ଅର୍ଥ ନ ଜାଣି ଭ୍ରମଣଶୀଳ ଅଟନ୍ତି, ସେମାନଙ୍କ ଚାକିରିରେ ବାନ୍ଧି ହୋଇ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି ।
ଯେପରି ପବନ ଦ୍ୱାରା ଉଡ଼ିବା ପରେ ପତ୍ରଗୁଡ଼ିକ ଖସିଯାଏ, ସେହିପରି ଆମ ଜୀବନ ପତ୍ର ଖସିଯିବା ପରି ଏକ ଖାଲି ସ୍ୱପ୍ନ । କିନ୍ତୁ, ଆମ ଜୀବନରେ କିଛି ଗୁରୁତ୍ୱପୂର୍ଣ୍ଣ ଲୁକ୍କାୟିତ ଅଛି ।
ବାଇବଲ ଶିକ୍ଷା ଦିଏ ଯେ ମୃତ୍ୟୁର ଅର୍ଥ ସ୍ୱର୍ଗକୁ “ଫେରିଯିବା” । (ଉପ ୧୨:୭) “ଫେରିଯିବା” ର ଅର୍ଥ ଆପଣ ଯେଉଁଠାରୁ ଆସିଛନ୍ତି ସେହି ସ୍ଥାନକୁ ଫେରିଯିବା । ପରମେଶ୍ବର ପୃଥିବୀ ସୃଷ୍ଟି କରିବା ପୂର୍ବରୁ, ଆପଣ ସ୍ୱର୍ଗରେ ଥିଲେ ।
“ହେ ଆୟୁବ, ଯେତେବେଳେ ଆମ୍ଭେ ପୃଥିବୀ ସୃଷ୍ଟି କଲୁ, ସେତେବେଳେ ତୁମ୍ଭେ କେଉଁଠାରେ ଥିଲ? ତୁମ୍ଭେ ସ୍ୱର୍ଗରେ ଥିଲ ଓ ତୁମ୍ଭ ଦିନର ସଂଖ୍ୟା ବହୁତ!” ଆୟୁ ୩୮:୧-୨୧
ପରମେଶ୍ବର ଆୟୁବଙ୍କୁ ଶିଖାଇଲେ ଯେ ସେ ପୃଥିବୀରେ ଜନ୍ମ ହେବା ପୂର୍ବରୁ ସ୍ୱର୍ଗରେ ଥିଲେ । ଆୟୁବଙ୍କ ପରି, ଆମ୍ଭେମାନେ ମଧ୍ୟ ପୃଥିବୀରେ ଜନ୍ମ ହେବା ପୂର୍ବରୁ ସ୍ୱର୍ଗରେ ଥିଲୁ । ପୃଥିବୀରେ ବାସ କରିବାବେଳେ ଆମ୍ଭମାନଙ୍କ ଶରୀର ହେଉଛି ଏକ “ତମ୍ବୁ” ଯେଉଁଠାରେ ଆମ୍ଭମାନଙ୍କ ଆତ୍ମା ଅଳ୍ପ ସମୟ ପାଇଁ ରହେ । (୨ କରି ୫:୧)
ଅତଏବ, ଯୀଶୁଙ୍କ ଦ୍ୱାରା ଶିକ୍ଷିତ ପ୍ରେରିତମାନେ ମାନବଜାତିକୁ “ବିଦେଶୀ” ଓ “ପ୍ରବାସୀ” ବୋଲି କହିଲେ । ସେମାନେ ଜାଣିଥିଲେ ଯେ ଆମ୍ଭମାନଙ୍କ ସ୍ୱଦେଶ ହେଉଛି “ସ୍ୱର୍ଗ” । (ଏବ୍ରୀ ୧୧:୧୩) ସ୍ୱର୍ଗରେ, ଯେଉଁଠାରେ ସମୟ, ସ୍ଥାନ ଏବଂ ଗତିର କୌଣସି ସୀମା ନାହିଁ, ଆମ୍ଭେମାନେ ପାପ କଲୁ । ମାନବଜାତି ସ୍ୱର୍ଗର ସ୍ମୃତି ହରାଇ, ପୃଥିବୀକୁ ନିକ୍ଷେପ କରାଗଲା । ପାପର ଯନ୍ତ୍ରଣାରେ କ୍ରନ୍ଦନ କରି, ଲୋକମାନେ ସବୁ ପ୍ରକାରର ବିପତ୍ତିକୁ ନେଇ ଥରି ଉଠୁଛନ୍ତି । ଆପଣଙ୍କୁ ଆମ୍ଭମାନଙ୍କ ସୁନ୍ଦର ଏବଂ ଗୌରବମୟ ଘରର ମନେ ପଡ଼େ ନାହିଁ କି?
ଆମ୍ଭମାନଙ୍କ ଗୌରବମୟ ସ୍ୱର୍ଗୀୟ ଘରକୁ ଫେରିବା ପାଇଁ କୌଣସି ରାସ୍ତା ନାହିଁ କି? ଯେତେବେଳେ ଆମ୍ଭେମାନେ ଉତ୍ତର ପାଇବା ସେତେବେଳେ ଆମ୍ଭେମାନେ ଫେରିପାରିବା । ୨,୦୦୦ ବର୍ଷ ପୂର୍ବେ, ଯୀଶୁ ଆସିଲେ ଓ ଆମ୍ଭମାନଙ୍କୁ ଶିଖାଇଲେ ଯେ ଆମ୍ଭେମାନେ ସ୍ୱର୍ଗରେ କରିଥିବା ପାପଗୁଡ଼ିକରୁ କିପରି କ୍ଷମା ପାଇ ପାରିବା ଏବଂ ସ୍ୱର୍ଗରାଜ୍ୟର ପଥ ଖୋଲିଲେ । (ମାଥି ୨୬:୨୬)
ଏହି ଯୁଗରେ, ଆତ୍ମା ଓ କନ୍ୟା ହଜିଯାଇଥିବା ନିସ୍ତାରପର୍ବକୁ ପୁନଃସ୍ଥାପନ କଲେ ଏବଂ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଅନନ୍ତ ଘର, ସ୍ୱର୍ଗ ଆଡ଼କୁ ମାର୍ଗଦର୍ଶନ କଲେ । ମୁଁ ଆଶା କରେ ଆପଣ ପୁନଃସ୍ଥାପିତ ନିସ୍ତାରପର୍ବକୁ ପାଳନ କରିବେ ଏବଂ ଆପଣ ମନେ ପକାଉଥିବା ଆମ୍ଭମାନଙ୍କ ସ୍ୱର୍ଗୀୟ ଘରକୁ ଫେରିବେ । ଆମ୍ଭେମାନେ ଆପଣଙ୍କୁ ଆମ୍ଭମାନଙ୍କ ଅନନ୍ତ ଘର, ସ୍ୱର୍ଗକୁ ନିମନ୍ତ୍ରଣ କରୁ । ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଶିକ୍ଷା ଦେଲେ ଯେ ଆମ୍ଭମାନଙ୍କ ସ୍ୱଦେଶ ହେଉଛି ସ୍ୱର୍ଗ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି