ଆଜି, ଯଦି ଆମେ ବାଇବଲରେ ଦତ୍ତ ପରମେଶ୍ୱରଙ୍କ ବାକ୍ୟକୁ ବୁଝିପାରୁ ନାହୁଁ, ଯିଏ ବ୍ରହ୍ମାଣ୍ଡର କେନ୍ଦ୍ର ଅଟନ୍ତି, ତେବେ ଆମେ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର, କନ୍ୟାଙ୍କୁ ଚିହ୍ନି ପାରିବୁ ନାହିଁ, ଠିକ୍ ଯେପରି ଲୋକମାନେ ଯୀଶୁଙ୍କୁ ତାହାଙ୍କ ପ୍ରଥମ ଆଗମନରେ ଚିହ୍ନି ପାରିଲେ ନାହିଁ ।
ତା’ପରେ, ଆମେ ସେହି ଚର୍ଚ୍ଚରେ ବୃଥା ଆରାଧନା କରିବୁ ଯେଉଁଠାରେ ପରମେଶ୍ୱର ବିଦ୍ୟମାନ ନାହାନ୍ତି ।
ଯେଉଁ ପ୍ରକାର ଦାଉଦଙ୍କ ପାଖରେ ଇସ୍ରାଏଲୀୟ ଉପରେ ରାଜତ୍ୱ ସମୟରେ ସେମାନଙ୍କ ଶାସନ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଥିଲା, ସେହିପରି ଯୀଶୁ ଏବଂ ତାଙ୍କ ଲୋକମାନଙ୍କ ମଧ୍ୟରେ ନୂତନ ନିୟମର ବ୍ୟବସ୍ଥା ଅଛି ଯାହାର ଭବିଷ୍ୟବାଣୀ କରାଯାଇଥିଲା ।
ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍, ଯିଏ ଦାଉଦଙ୍କ ସିଂହାସନର ସମସ୍ତ ଭବିଷ୍ୟବାଣୀ ପୂରଣ କରିଥିଲେ, ସେ ମଧ୍ୟ ଆମକୁ ନୂତନ ନିୟମ ବିଷୟରେ ଶିକ୍ଷା ଦେଇଥିଲେ ।
ତହିଁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଫେରି ଆସିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କୁ ଓ ଆପଣାମାନଙ୍କର ରାଜା ଦାଉଦଙ୍କୁ ଅନ୍ଵେଷଣ କରିବେ; ଆଉ, ଶେଷ କାଳରେ ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ ।
ହୋଶେୟ ୩:୫
...ଖମୀରଶୂନ୍ୟ ରୋଟୀ ପର୍ବର ସେହି ଦିନ ଉପସ୍ଥିତ ହେଲା;...
ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ।
ଲୂକ ୨୨:୭-୨୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି