ଜଣେ ରାଜା ଅପେକ୍ଷା ହଜିଯାଇଥିବା ମେଣ୍ଢା ପାଇଁ ମେଷପାଳକ ଅଧିକ ଗୁରୁତ୍ୱପୂର୍ଣ୍ଣ, ଏବଂ ମରୁଭୂମିରେ ଜଳ ସୁନାଠାରୁ ଅଧିକ ମୂଲ୍ୟବାନ ।
ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକର ମୂଲ୍ୟ ତେବେ ପ୍ରକାଶ ପାଇବ ଯେତେବେଳେ ମାନବଜାତି ପରମେଶ୍ୱରଙ୍କ ବିଚାର ସିଂହାସନ ସମ୍ମୁଖରେ ଠିଆ ହୁଅନ୍ତି ।
ଏହାର କାରଣ ହେଉଛି ଯେ ସ୍ୱର୍ଗ ଏବଂ ନର୍କ ତାହା ଉପରେ ଆଧାର କରି ନିର୍ଣ୍ଣୟ କରାଯାଏ ଯେ କେହି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଛନ୍ତି କି ନାହିଁ ।
ଯେହେତୁ ସ୍ୱର୍ଗରାଜ୍ୟ ଏକ ଏମିତି ସ୍ଥାନ ଯେଉଁଠାରେ ପାପୀମାନେ ପ୍ରବେଶ କରିପାରିବେ ନାହିଁ, ତେଣୁ ସେମାନଙ୍କର ପାପ ପାଇଁ କ୍ଷମା ପାଇବା ଜରୁରୀ ଅଟେ ।
ପରମେଶ୍ୱର ନୂତନ ନିୟମର ନିସ୍ତାରପର୍ବ ମାଧ୍ୟମରେ ଖ୍ରୀଷ୍ଟଙ୍କ ମୂଲ୍ୟବାନ ରକ୍ତରେ ପାପ କ୍ଷମା କରିବାକୁ ପ୍ରତିଜ୍ଞା କରିଛନ୍ତି ।
ଅତଏବ, ଦାଉଦଙ୍କ ପରି ମାନବଜାତି ପରମେଶ୍ବରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରିବା ଉଚିତ୍ ଏବଂ ତାଙ୍କ ଆଜ୍ଞାକୁ ସ୍ନେହ କରିବା ଆବଶ୍ୟକ ।
ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ତୁମ୍ଭ ଆଜ୍ଞାସମୂହକୁ ସ୍ନେହ କରେ ।
ଗୀତସଂହିତା ୧୧୯:୧୨୭
“...ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ,
ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି ।”
ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ ।
“...ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ
ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।”
ମାଥିଉ ୨୬:୧୮-୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି