ଏକ ମହା ବିପତ୍ତି ଓ ଉଦ୍ଧାରର ମାର୍ଗ
ପରମେଶ୍ୱର ଆରମ୍ଭରୁ ହିଁ ଆପଣା ଭାବବାଦୀ ଯେମିତି କି ସିଫନୀୟ, ମଲାଖି,
ପିତର, ଯୋହନଙ୍କ ଦ୍ୱାରା ଏହି ଯୁଗରେ ଆସୁଥିବା ଏକ ମହା ବିପତ୍ତିର
ଭବିଷ୍ୟବାଣୀ କରିଛନ୍ତି । ସେ ଆମ୍ଭମାନଙ୍କୁ ଏହା ମଧ୍ୟ ଦେଖାଇଛନ୍ତି
କି କେବଳ ସେହି ଲୋକମାନେ ଯେଉଁମାନେ ପରମେଶ୍ୱରଙ୍କ ମୁଦ୍ରା ପ୍ରାପ୍ତ କରନ୍ତି
ଯାହା ଉପରେ ପବିତ୍ର ଆତ୍ମାଙ୍କ ଯୁଗର ଉଦ୍ଧାରକର୍ତ୍ତା, ଯୀଶୁଙ୍କ ନୂତନ ନାମ
ଆନ୍ ସାଙ୍ଗ୍ ହୋଙ୍ଗ୍ ଅଛି, ଅନ୍ତିମ ବିପତ୍ତିରୁ ରକ୍ଷା ପାଇବେ ।
ପୁରାତନ ନିୟମ ସମୟରେ, ଯେଉଁ ଲୋକମାନେ ଆପଣା ଘରେ ନିସ୍ତାର ପର୍ବର
ମେଷଶାବକର ରକ୍ତ ଲଗାଇଥିଲେ, ସେମାନେ ବିପତ୍ତିରୁ ରକ୍ଷା ପାଇଥିଲେ ।
ଏହି ଯୁଗରେ, କେବଳ ସେହି ଲୋକମାନେ ଯେଉଁମାନେ ନିସ୍ତାର
ପର୍ବର ରୋଟୀ ଓ ଦ୍ରାକ୍ଷାରସରେ ଭାଗ ନେଉଛନ୍ତି,
ଯାହା ନିସ୍ତାର ପର୍ବର ମେଷଶାବକର ବାସ୍ତବିକତା, ଯୀଶୁଙ୍କ ମାଂସ ଓ ରକ୍ତକୁ ଦର୍ଶାଉଅଛି,
ସେମାନେ ପରମେଶ୍ୱରଙ୍କ ମୁଦ୍ରା ପ୍ରାପ୍ତ କରିପାରିବେ
ଓ ଅନ୍ତିମ ବିପତ୍ତିରୁ ରକ୍ଷା ପାଇବେ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ନୂତନ ନିୟମର ନିସ୍ତାର ପର୍ବ ପାଳନ କରୁଅଛି,
ଯାହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ସେମାନଙ୍କୁ ଶିକ୍ଷା ଦେଇଛନ୍ତି,
ଆଉ ସଚ୍ଚୋଟତାରେ ଉଦ୍ଧାରର ସନ୍ଦେଶ ପ୍ରଚାର କରିବାର ମିଶନକୁ ପୂରା କରୁଅଛି:
“ଅନ୍ତିମ ବିପତ୍ତିରୁ ରକ୍ଷା ପାଇବା ପାଇଁ ଯାହା ପରମେଶ୍ୱର ଦୁଷ୍ଟମାନଙ୍କ ନ୍ୟାୟ
କରିବା ପାଇଁ ପ୍ରସ୍ତୁତ କରିଛନ୍ତି, ପରମେଶ୍ୱରଙ୍କ ମୁଦ୍ରାକୁ ପ୍ରାପ୍ତ କରିବା!”
ପୁଣି, ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; କିଅବା ଦୟା କରିବା ନାହିଁ; ଆମ୍ଭେ ତୁମ୍ଭର
ଆଚରଣାନୁସାରେ ତୁମ୍ଭ ଉପରେ ଫଳ ବର୍ତ୍ତାଇବା ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସକଳ
ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ସଦାପ୍ରଭୁ ଆଘାତ କରୁ, ଏହା ତୁମ୍ଭେମାନେ ଜାଣିବ । ଯିହିଜିକଲ ୭:୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି