ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକର ପାଳନ କରିବା ବିନା, ଆମ୍ଭେ ପରମେଶ୍ୱରଙ୍କ ରହସ୍ୟ,
ଅର୍ଥାତ୍ ଖ୍ରୀଷ୍ଟଙ୍କୁ ଜାଣିପାରିବା ନାହିଁ । ଏମିତି ଏଥିପାଇଁ କାରଣ
ପରମେଶ୍ୱର କେବଳ ସେମାନଙ୍କୁ ହିଁ ଜ୍ଞାନ ଦିଅନ୍ତି ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା
ଯେମିତି ବିଶ୍ରାମ ଦିନ ଏବଂ ନୂତନ ନିୟମର ନିସ୍ତାର ପର୍ବର ପାଳନ କରନ୍ତି
ଯାହା ଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଚିହ୍ନି ପାରିବେ ଯେ ଶରୀର ଧାରଣ କରି ଆସିଛନ୍ତି ।
ଯେଉଁମାନେ ମନୁଷ୍ୟ ଦ୍ୱାରା ନିର୍ମିତ ନିୟମର ପାଳନ କରନ୍ତି ବିଶ୍ରାମ ଦିନ ଓ ନିସ୍ତାର ପର୍ବକୁ
ମହତ୍ୱହୀନ ମାନନ୍ତି, କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କଠାରୁ ଜ୍ଞାନ ପ୍ରାପ୍ତ କରିଛନ୍ତି,
ସେମାନେ ପରମେଶ୍ୱରଙ୍କ ପ୍ରତ୍ୟେକ ଆଜ୍ଞାରେ ନିହିତ ଏହି ଅର୍ଥକୁ ବୁଝିପାରନ୍ତି
ଏବଂ ଯେମିତି ଯିଶାଇୟ ଭବିଷ୍ୟବାଣୀ କଲେ, ସେମାନେ କହନ୍ତି,
“ଏହି ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି ।” ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର,
ଯେ ନିସ୍ତାର ପର୍ବକୁ ପୁନଃସ୍ଥାପିତ କରି ଯାହାକୁ ୧,୬୦୦ ବର୍ଷରୁ
ପାଳନ କରାଯାଇ ନଥିଲା ମୃତ୍ୟୁର ବିନାଶ କଲେ, ସତ୍ୟ ପରମେଶ୍ୱର ଅଟନ୍ତି
ଯାହାଙ୍କର ମାନବଜାତି ଲମ୍ବା ସମୟରୁ ପ୍ରତୀକ୍ଷା କରୁଅଛି ।
ସଦାପ୍ରଭୁ-ବିଷୟକ ଭୟ ଜ୍ଞାନର ଆରମ୍ଭ; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି,
ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ ।
ଗୀତସଂହିତା ୧୧୧:୧୦
ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର, ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର, ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ... ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି...
ପୁଣି, ସେଦିନ ଏହି କଥା କୁହାଯିବ, ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ଵର;
ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ...”
ଯିଶାଇୟ ୨୫:୬-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି