ପ୍ରେରିତ ପାଉଲ ତୃତୀୟ ସ୍ୱର୍ଗର ମହିମା ଦେଖିଥିବାରୁ ଜଣେ ମହାନ ଭବିଷ୍ୟଦ୍ବକ୍ତା ହୋଇପାରିଲେ । ମାନବଜାତି ବୁଝିପାରୁ ନ ଥିବା ବିଶାଳ ବ୍ରହ୍ମାଣ୍ଡ ମଧ୍ୟରେ, ପରମେଶ୍ୱର ଆମ ପାଇଁ ଏକ ଗୌରବମୟ ଭବିଷ୍ୟତ ପ୍ରସ୍ତୁତ କରିଛନ୍ତି । ଏହି କାରଣରୁ ସେ ଆମକୁ ଏକ ବ୍ୟାପକ ଦୃଷ୍ଟିକୋଣ ରଖିବାକୁ ଆହ୍ୱାନ କରିଛନ୍ତି, ପୃଥିବୀକୁ ନୁହେଁ, ବରଂ ବ୍ରହ୍ମାଣ୍ଡକୁ—ଅର୍ଥାତ୍ ସ୍ୱର୍ଗର ରାଜ୍ୟକୁ ଦେଖିବାକୁ ।
ଆମକୁ ସ୍ୱର୍ଗର ରାଜ୍ୟର ଗୌରବ ଏବଂ ସେଠାରେ ଆମ ପାଇଁ ଅପେକ୍ଷା କରିଥିବା ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଧ୍ୟାନ ଦେଇ ଆଜିର ଅସୁବିଧାଗୁଡ଼ିକୁ ଅତିକ୍ରମ କରିବା ଉଚିତ୍ । ଯଦି ଆମେ ସ୍ୱର୍ଗର ରାଜ୍ୟରେ ବିଶ୍ୱାସ କରିବାରେ ବିଫଳ ହେଉ, ତେବେ ଆମେ ଶେଷରେ କ୍ଷଣିକ ଦୁଃଖଭୋଗ ମଧ୍ୟରେ ଆମର ବିଶ୍ୱାସ ହରାଇବୁ ଏବଂ ସତ୍ୟକୁ ପରିତ୍ୟାଗ କରିବୁ । କିନ୍ତୁ, ଯଦି ଆମେ ପ୍ରକୃତରେ ସ୍ୱର୍ଗର ରାଜ୍ୟର ବାସ୍ତବତାକୁ ବୁଝିପାରିବା, ତେବେ ଆମର ବିଶ୍ୱାସ ଦିନକୁ ଦିନ ବୃଦ୍ଧି ପାଇବ, ଯାହା ଆମକୁ ଏହାର ମହିମାରେ ଅଂଶଗ୍ରହଣ କରିବାକୁ ସକ୍ଷମ କରିବ ।
କାରଣ ଶାରୀରିକ ଭାବ ମୃତ୍ୟୁଜନକ, କିନ୍ତୁଆତ୍ମିକ ଭାବ ଜୀବନ ଓ ଶାନ୍ତିଦାୟକ; ରୋମୀୟ ୮:୬
କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ; କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା, ତାହା ଭରସା ନୁହେଁ, ଯେଣୁ ଯାହା ଜଣେ ଦେଖୁଅଛି, ସେଥିନିମନ୍ତେ ସେ କାହିଁକି ଆଉ ଭରସା କରିବ? କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ । ରୋମୀୟ ୮:୨୪–୨୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି