ଯେବେ ପରମେଶ୍ୱର ନହୋଙ୍କ ସମୟରେ ଜଳପ୍ରଳୟ ଏବଂ ସଦୋମ ଓ ହମୋରା ସମୟରେ ଅଗ୍ନିରେ ବିଚାର କରିଥିଲେ, ସେତେବେଳେ ଯେଉଁମାନେ ପରମେଶ୍ବରଙ୍କ ବାକ୍ୟକୁ ଥଟ୍ଟା ଭାବରେ ଗ୍ରହଣ କଲେ ଏବଂ ପଳାୟନ କଲେ ନାହିଁ, ସେମାନେ ବିନଷ୍ଟ ହୋଇଗଲେ ।
ସେହିଭଳି, ଯେଉଁମାନେ ଯୀଶୁଙ୍କ ବାକ୍ୟକୁ ବିଶ୍ୱାସ କଲେ ନାହିଁ, “ଯେତେବେଳେ ତୁମେ ଯିରୂଶାଲମକୁ ସୈନ୍ୟବାହିନୀ ଦ୍ୱାରା ଘେରି ରହିଥିବାର ଦେଖିବ, ସେତେବେଳେ ତୁମେ ପଳାୟନ କରିବ,” କିନ୍ତୁ ବିଜୟର ଭାବନା ସହିତ ସେମାନେ ସମସ୍ତେ ରୋମୀୟ ସୈନ୍ୟବାହିନୀର ଦ୍ୱିତୀୟ ଆକ୍ରମଣରେ ବିନଷ୍ଟ ହେଲେ ।
ଜଗତ ଅଗ୍ନି ଦ୍ୱାରା ପରମେଶ୍ୱରଙ୍କ ଅନ୍ତିମ ବିଚାରକୁ ଏକ ପରିହାସ ଭାବରେ ଗ୍ରହଣ କରେ ।
କିନ୍ତୁ, ପରମେଶ୍ୱର ମାନବଜାତିକୁ ଅପେକ୍ଷା କରିଛନ୍ତି କାରଣ ସେ ଚାହାଁନ୍ତି ଯେ ସମସ୍ତ ଲୋକଙ୍କ ଉଦ୍ଧାର ହେଉ ଯାହା ଦ୍ୱାରା ଜଣେ ମଧ୍ୟ ବିନଷ୍ଟ ହେବେ ନାହିଁ ।
ଏହିପରି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଦୃଢ଼ତାରେ ଜଗତକୁ ପରମେଶ୍ବରଙ୍କ ଇଚ୍ଛା ଅନୁଯାୟୀ ପରିତ୍ରାଣର ସୁସମାଚାରର ସାକ୍ଷ୍ୟ ଦିଅନ୍ତି ।
ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,
ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ?
ସେହି ଦିନର ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ ।
ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।
୨ପିତର ୩:୩-୧୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି