ଅନେକ ଲୋକ ବିଶ୍ୱାସ କରନ୍ତି ଯେ କେବଳ ଚର୍ଚ୍ଚକୁ ଯିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ପ୍ରକୃତ ଲୋକ ହୋଇପାରନ୍ତି ।
କିନ୍ତୁ, ପରମେଶ୍ୱରଙ୍କ ଜୀବନର ବ୍ୟବସ୍ଥା ସହିତ, ସେ ପ୍ରକୃତ ଲୋକ ଏବଂ ମିଥ୍ୟା ଲୋକଙ୍କ ମଧ୍ୟରେ ପ୍ରଭେଦ କରନ୍ତି ।
ପରମେଶ୍ୱରଙ୍କ ପ୍ରକୃତ ଲୋକ, ଯାହାଙ୍କ ପାଖରେ ସ୍ୱର୍ଗରେ ନାଗରିକତା ଅଛି,
ବିଶ୍ରାମଦିନ ପାଳନ କରିବା ଆବଶ୍ୟକ, ଯାହାକି ସୃଷ୍ଟିକର୍ତ୍ତାଙ୍କ ଶକ୍ତିକୁ
ସ୍ମରଣ କରାଇଥାଏ ଏବଂ ନିସ୍ତାରପର୍ବ ପାଳନ କରିବା ଆବଶ୍ୟକ,
ଯାହା ମୁକ୍ତିଦାତାଙ୍କର ଶକ୍ତିକୁ ସ୍ମରଣ କରାଇଥାଏ ।
ଯେପରି ଜ୍ଞାନର ରାଜା ଶଲୋମନ ପ୍ରକୃତ ଫୁଲ ଏବଂ ମିଥ୍ୟା ଫୁଲ ମଧ୍ୟରେ ପ୍ରଭେଦ କରିବା ପାଇଁ ମହୁମାଛି ଏବଂ ପ୍ରଜାପତିର ବ୍ୟବହାର କରିଥିଲେ, ସେହିପରି ପରମେଶ୍ୱର ବିଶ୍ରାମଦିନ ଓ ନିସ୍ତାରପର୍ବ ଭଳି ଆଜ୍ଞା ମାଧ୍ୟମରେ ତାଙ୍କର ପ୍ରକୃତ ଲୋକଙ୍କ ମଧ୍ୟରେ ପ୍ରଭେଦ କରନ୍ତି ।
ଆଜି, ସମଗ୍ର ବିଶ୍ୱରେ ଅସଂଖ୍ୟ ସଦସ୍ୟ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ଯାହାକି ପରମେଶ୍ୱରଙ୍କ ଲୋକମାନଙ୍କର ଚିହ୍ନ, ଯାହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଶିକ୍ଷା ଦ୍ୱାରା ପୁନଃସ୍ଥାପିତ କରାଯାଇଅଛି ।
କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ;
ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ
ମନେ କରନ୍ତି, ପୁଣି ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି ।
ଆମ୍ଭେମାନେ ତ ସ୍ଵର୍ଗର ପ୍ରଜା,...
ଫିଲିପ୍ପୀୟ ୩:୧୮-୨୦
“ଏଣୁ ତୁମ୍ଭେମାନେ ବିଶ୍ରାମଦିନ ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟଇ; ଯେ କେହି ତାହା ଅପବିତ୍ର କରଇ, ନିଶ୍ଚୟ ତାହାର ପ୍ରାଣଦଣ୍ତ ହେବ; ପୁଣି ଯେ କୌଣସି ପ୍ରାଣୀ ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ ।”
ଯାତ୍ରା ୩୧:୧୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି