ପରମେଶ୍ୱର ନିସ୍ତାରପର୍ବର ଶକ୍ତି ଦ୍ୱାରା ମୋଶା ଏବଂ ଇସ୍ରାଏଲୀୟମାନଙ୍କୁ ମିଶରରୁ ମୁକ୍ତ କଲେ । ଇସ୍ରାଏଲୀୟମାନେ ୩୮ ବର୍ଷ ଧରି ନିସ୍ତାରପର୍ବ ପାଳନ କରି ନ ଥିଲେ, କିନ୍ତୁ ସେମାନେ କିଣାନ ଦେଶରେ ପ୍ରବେଶ କରିବା ପୂର୍ବରୁ ନିସ୍ତାରପର୍ବ ପାଳନ କଲେ । ନୂତନ ନିୟମର ନିସ୍ତାରପର୍ବ ଦ୍ୱାରା, ଯୀଶୁ ସ୍ୱୟଂ ଆସଲେ ଏବଂ ମାନବଜାତିକୁ ଅନନ୍ତ ଜୀବନ ପ୍ରଦାନ କଲେ । ଏହି ବିଷୟଗୁଡ଼ିକ ଦ୍ୱାରା, ଆମ୍ଭେ ଦେଖିପାରୁ ଯେ ନିସ୍ତାରପର୍ବ ଏକ ଗୁରୁତ୍ୱପୂର୍ଣ୍ଣ ଆଜ୍ଞା ଯାହା ସମସ୍ତ ମାନବଜାତିକୁ ଆପଣା ପୂର୍ବପୁରୁଷଙ୍କଠାରୁ ଶିଖିବା ଉଚିତ୍ ।
ଆଜି, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ପୁନର୍ବାର ଆମ୍ଭକୁ ନୂତନ ନିୟମର ନିସ୍ତାରପର୍ବ ଶିଖାଇଲେ, ଯାହାକି ୧,୬୦୦ ବର୍ଷ ଧରି ପାଳନ କରାଯାଇ ନଥିଲା ଏବଂ ମାତା ପରମେଶ୍ୱରଙ୍କ ମାର୍ଗଦର୍ଶନରେ, ସମଗ୍ର ବିଶ୍ୱରେ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଏହାକୁ ପବିତ୍ର ରୂପେ ପାଳନ କରୁଛନ୍ତି । ଏହାର କାରଣ ହେଉଛି ନିସ୍ତାରପର୍ବରେ ପରମେଶ୍ବରଙ୍କ ସନ୍ତାନ ହେବାର ଅଦ୍ଭୁତ ଆଶୀର୍ବାଦ ଅଛି ।
“ଯଦି ତୁମ୍ଭେ ଯତ୍ନପୂର୍ବକ ପରମେଶ୍ୱରଙ୍କର ଅନ୍ଵେଷଣ କର; ଓ ସର୍ବଶକ୍ତିମାନଙ୍କ ନିକଟରେ ଆପଣା ନିବେଦନ ଜଣାନ୍ତ; ଯଦି ତୁମ୍ଭେ ନିର୍ମଳ ଓ ସରଳ ଥା’ନ୍ତ, ତେବେ ସେ ନିଶ୍ଚୟ ଏକ୍ଷଣେ ତୁମ୍ଭ ପକ୍ଷରେ ଜାଗ୍ରତ ହୁଅନ୍ତେ, ଆଉ ତୁମ୍ଭର ଧର୍ମନିବାସକୁ ସମୃଦ୍ଧିଶାଳୀ କରନ୍ତେ । ଆଉ, ତୁମ୍ଭର ପ୍ରଥମାବସ୍ଥା କ୍ଷୁଦ୍ର ହେଲେ ହେଁ ତୁମ୍ଭର ଶେଷାବସ୍ଥା ଅତିଶୟ ଉନ୍ନତ ହୁଅନ୍ତା । କାରଣ ବିନୟ କରୁଅଛି, ପୂର୍ବକାଳୀନ ଲୋକଙ୍କୁ ପଚାର ଓ ସେମାନଙ୍କ ପିତୃଗଣ ଅନୁସନ୍ଧାନ କରି ଯାହା ପାଇଅଛନ୍ତି, ତହିଁରେ ମନୋଯୋଗ କର ।”
ଆୟୁବ ୮:୫-୮
ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ?... ଯୀଶୁ ରୁଟି ନେଇ... “ନିଅ, ଭୋଜନ କର, ଏହା ମୋହର ଶରୀର ।” “ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।”
ମାଥିଉ ୨୬:୧୭-୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି