ପରମେଶ୍ୱର ପବିତ୍ର କ୍ୟାଲେଣ୍ଡରର ସପ୍ତମ ମାସର ପ୍ରଥମ ଦିନକୁ ତୂରୀଧ୍ୱନି ପର୍ବ ଭାବରେ ନିଯୁକ୍ତ କଲେ, ଯାହାଦ୍ୱାରା ଆମେ ପ୍ରାୟଶ୍ଚିତ୍ତର ଦିନକୁ ମନେ ରଖିପାରିବା, ଯେତେବେଳେ ସେ ମୂର୍ତ୍ତିପୂଜାରେ ପଡ଼ିଥିବା ଇସ୍ରାଏଲୀୟମାନଙ୍କର ପାପ କ୍ଷମା କରି ସେମାନଙ୍କୁ ଦ୍ୱିତୀୟ ଥର ଦଶ ଆଜ୍ଞା ପ୍ରଦାନ କରିଥିଲେ। ଅଧିକନ୍ତୁ, ଯେପରି ତୂରୀଧ୍ୱନି ପର୍ବରେ ପଶ୍ଚତାପ ପାଇଁ ତୂରୀ ବଜାଯାଉଥିଲା, ଯୀଶୁ ମଧ୍ୟ ଏହି ପୃଥିବୀକୁ ଆସି ମାନବଜାତିକୁ ପଶ୍ଚତାପ କରିବାକୁ ଆହ୍ୱାନ କରି କହିଲେ, “ପଶ୍ଚତାପ କର।”
ଯେପରି ଆମେ ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତରେ ଏବଂ ଯୂନସଙ୍କ ଦ୍ୱାରା ନୀନିବୀର ୧,୨୦,୦୦୦ ଲୋକଙ୍କୁ ପରିତ୍ରାଣ ଆଡ଼କୁ କଢ଼ାଇନେବା ବିବରଣୀରେ ଦେଖିପାରୁ, ପଶ୍ଚତାପର କାର୍ଯ୍ୟ ପରେ ପରମେଶ୍ୱରଙ୍କଠାରୁ ମହାନ ଆଶୀର୍ବାଦ ସର୍ବଦା ପ୍ରସ୍ତୁତ ଥାଏ। ଆଜି ମଧ୍ୟ, ଆମେ ଜଗତ ଆଡ଼କୁ ଫେରାଇଥିବା ଆମର ଆଖି ଓ ହୃଦୟ ପାଇଁ ଯୂନସଙ୍କ ପରି ସମ୍ପୂର୍ଣ୍ଣ ପଶ୍ଚତାପ କରିବା ଉଚିତ୍, ଏବଂ ସମଗ୍ର ବିଶ୍ୱକୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ନିକଟକୁ ଫେରିବା ପାଇଁ ତୂରୀ ବଜାଇ ଆହ୍ୱାନ କରିବା ଉଚିତ୍।
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ସପ୍ତମ ମାସରେ, ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ, ଅର୍ଥାତ୍, ତୂରୀଧ୍ଵନି ଦ୍ଵାରା ସ୍ମରଣାର୍ଥକ ପବିତ୍ର ସଭା ହେବ।
ଏଥିପାଇଁ ହେ ଇସ୍ରାଏଲ-ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକକୁ ତାହାର ଆଚାର ବ୍ୟବହାରାନୁସାରେ ବିଚାର କରିବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ତୁମ୍ଭେମାନେ ଫେର, ଆପଣାମାନଙ୍କର ସମସ୍ତ ଅପରାଧରୁ ବିମୁଖ ହୁଅ; ତହିଁରେ ଅଧର୍ମ ତୁମ୍ଭମାନଙ୍କର ବିନାଶଜନକ ନୋହିବ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି