ଯେହେତୁ ଯୀଶୁ ଜଣେ ମଣିଷ ଭାବରେ ଆସିଥିଲେ, ମଣିଷର ଖାଦ୍ୟ ଖାଇଥିଲେ, ଏବଂ ମଣିଷ ପରି ଜୀବନଯାପନ କରିଥିଲେ, ଅଗଣିତ ଲୋକ ତାହାଙ୍କୁ ପରମେଶ୍ୱର ଭାବରେ ଚିହ୍ନିବାରେ ବିଫଳ ହୋଇଥିଲେ ଏବଂ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ସେଥିପାଇଁ ବାଇବଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଯେଉଁ ପ୍ରତ୍ୟେକ ଆତ୍ମା ଯୀଶୁ ଯେ ଶରୀରରେ ଆସିଛନ୍ତି ଏହା ସ୍ୱୀକାର କରେ ସେ ପରମେଶ୍ୱରଙ୍କଠାରୁ ଅଟେ, ଏବଂ ଯେଉଁ ପ୍ରତ୍ୟେକ ଆତ୍ମା ଏହା ସ୍ୱୀକାର କରେ ନାହିଁ ସେ ଖ୍ରୀଷ୍ଟାରିର ଆତ୍ମା ଅଟେ।
ପବିତ୍ର ଆତ୍ମାଙ୍କ ଯୁଗରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ମାନବଜାତିକୁ ରକ୍ଷା କରିବା ପାଇଁ ଆସିଥିଲେ। ମାନବଜାତି ପରମେଶ୍ୱରଙ୍କଠାରୁ ପରିତ୍ରାଣର ଆଶୀର୍ବାଦ ଗ୍ରହଣ କରିବା ନିମନ୍ତେ, ସେମାନେ ପ୍ରଥମେ ନିଜର ପୂର୍ବ ଧାରଣାକୁ ଦୂରେଇ ରଖିବା ଉଚିତ୍ ଏବଂ ବାଇବଲର ଭବିଷ୍ୟବାଣୀ ଉପରେ ବିଶ୍ୱାସ କରିବା ଉଚିତ୍, ଯାହା ଘୋଷଣା କରେ ଯେ ପରମେଶ୍ୱର ଶରୀରରେ ଦ୍ୱିତୀୟ ଥର ଆସିବେ।
ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ଵନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି। କାରଣ ଏକମାତ୍ର ଈଶ୍ଵର ଅଛନ୍ତି, ଆଉ ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ;... ୧ ତୀମଥି ୨:୪–୫
ଏହା ଦ୍ଵାରା ତୁମ୍ଭେମାନେ ଈଶ୍ଵରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବ; ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ଵୀକାର କରେ, ସେ ଈଶ୍ଵରଙ୍କଠାରୁ ଆଗତ, ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ଵୀକାର ନ କରେ, ସେ ଈଶ୍ଵରଙ୍କଠାରୁ ଆଗତ ନୁହେଁ; ଏହା ଖ୍ରୀଷ୍ଟାରିର ଆତ୍ମା,... ୧ ଯୋହନ ୪:୨–୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି