ଯଦିଓ ଈଷ୍କରିୟୋଥ ଯିହୁଦା ଯୀଶୁଙ୍କର ଜଣେ ଶିଷ୍ୟ ଥିଲା, ତଥାପି ତା’ର ହୃଦୟ ସ୍ୱର୍ଗରାଜ୍ୟ ଅପେକ୍ଷା ପାର୍ଥିବ ସମ୍ପତ୍ତି ଉପରେ ଥିଲା। ସେ ତାକୁ ଦିଆଯାଇଥିବା ମୁଣିରୁ ଅର୍ଥ ଆତ୍ମସାତ୍ କଲା ଏବଂ ଯୀଶୁଙ୍କ ସମାଧି ନିମନ୍ତେ ମହାର୍ଘ ସୁଗନ୍ଧି ତୈଳ ବ୍ୟବହାର କରିଥିବାରୁ ମରୀୟମଙ୍କୁ ମଧ୍ୟ ଭର୍ତ୍ସନା କଲା। ଯେପରି ଦାଉଦ ଏବଂ ଅହୀଥୋଫଲଙ୍କ ଇତିହାସ ଏକ ଭବିଷ୍ୟବାଣୀର ଛାୟା ସ୍ୱରୂପ ଥିଲା, ସେହିପରି ଯିହୁଦା ଯୀଶୁଙ୍କୁ ତିରିଶଟି ରୌପ୍ୟ ମୁଦ୍ରାରେ ବିକ୍ରୟ କଲା ଏବଂ ଶେଷରେ ନିଜେ ଫାଶୀ ଦେଇ ନିଜ ମୃତ୍ୟୁର ଭବିଷ୍ୟବାଣୀ ପୂରଣ କଲା।
ଯେପରି ଈଷ୍କରିୟୋଥ ଯିହୁଦା ତାକୁ ଦିଆଯାଇଥିବା ମୁଣି ଦ୍ୱାରା ପ୍ରଲୋଭିତ ହୋଇଥିଲା, ସେହିପରି ଆମ୍ଭମାନଙ୍କୁ ମଧ୍ୟ ଶୟତାନର ପ୍ରଲୋଭନ ବିଷୟରେ ସତର୍କ ରହିବାକୁ ହେବ, ଯାହା ପ୍ରାୟତଃ ଆମ୍ଭମାନଙ୍କ ଆଖପାଖରୁ ହିଁ ଆସିଥାଏ। ଆମ୍ଭେମାନେ ଅନୁଗ୍ରହପୂର୍ଣ୍ଣ ବାକ୍ୟ ଓ କାର୍ଯ୍ୟ ଦ୍ୱାରା ଆପଣା ବିଶ୍ୱାସମୟ ଜୀବନଯାପନ କରିବା ଉଚିତ୍। ଯେଉଁମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଦ୍ୱାରା ପ୍ରଦର୍ଶିତ ସ୍ୱର୍ଗରାଜ୍ୟର ପଥକୁ ବିଶ୍ୱସ୍ତ ଭାବରେ ଅନୁସରଣ କରନ୍ତି, ସେମାନେ ସ୍ୱର୍ଗରାଜ୍ୟରେ ପରମେଶ୍ୱରଙ୍କୁ ଗୌରବ ଦେବେ ଏବଂ ଅନନ୍ତ ମହିମା ଉପଭୋଗ କରିବେ।
କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ନ ପାରୁ; କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ଵାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି। ୧ ତୀମଥି ୬:୭–୧୦
ଯୀଶୁ ସେମାନଙ୍କୁ କହିଲେ, ଦ୍ଵାଦଶଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି। ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ଵାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ତର ପାତ୍ର! ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା। ମାର୍କ ୧୪:୨୦–୨୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି