ଯେପରି ଆଦମ ଏବଂ ହବା ପାପ କଲେ କାରଣ ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଭୁଲିଗଲେ, “ତୁମ୍ଭେ ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ,” ଯେତେବେଳେ ବି ଆମେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଭୁଲିଯାଉ, ତେବେ ଆମେ ପାପ କରୁ ଓ ବିପତ୍ତିକୁ ପ୍ରାପ୍ତ କରୁ ।
ଏପରିକି ଏହି ଯୁଗରେ ମଧ୍ୟ, ପରମେଶ୍ୱର କହିଛନ୍ତି ଯେ ଅନ୍ତିମ ବିପତ୍ତି ଆସିବ କାରଣ ଜଗତ ପରମେଶ୍ୱରଙ୍କ ବ୍ୟବସ୍ଥା – ବିଶ୍ରାମ ଦିନ ଏବଂ ନୂତନ ନିୟମର ନିସ୍ତାରପର୍ବକୁ ଭୁଲି ଯାଇଅଛି ଏବଂ ସେଗୁଡିକ ପାଳନ କରେ ନାହିଁ ।
ମନୁଷ୍ୟ ଆତ୍ମା [ସ୍ୱର୍ଗଦୂତ] ଅଟନ୍ତି ଯେଉଁମାନେ ସ୍ୱର୍ଗରେ ପାପ କରି ପୃଥିବୀକୁ ବିତାଡ଼ିତ ହେଲେ ।
ଯେତେବେଳେ ସେମାନେ ଏହି ପୃଥିବୀରେ ରହି ପରମେଶ୍ୱରଙ୍କ ବାକ୍ୟ ପାଳନ କରନ୍ତି ସେତେବେଳେ ସେମାନେ ସ୍ୱର୍ଗକୁ ଫେରିପାରିବେ ।
ଯେପରି ରାଜା ହିଜକୀୟ ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ [ନିସ୍ତାରପର୍ବ] ବ୍ୟବସ୍ଥା ପାଳନ କରି ଆଶୀର୍ବାଦ ପ୍ରାପ୍ତ କଲେ, ସେହିପରି ପରମେଶ୍ୱରଙ୍କ ଚର୍ଚ୍ଚ ଅଫ୍ ଗଡ୍ ପରମେଶ୍ୱରଙ୍କ ବ୍ୟବସ୍ଥା - ନୂତନ ନିୟମ ପାଳନ କରି ପରମେଶ୍ବରଙ୍କ ଇଚ୍ଛା ପାଳନ କରେ ।
ସାବଧାନ, ମୁଁ ଆଜି ତୁମ୍ଭକୁ ଯେ ଯେ ଆଜ୍ଞା ଓ ବିଧି ଓ ଶାସନ ଆଜ୍ଞା କରୁଅଛି, ତାହା ପାଳନ ନ କରି ଯେପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ ପାସୋରି ନ ଯାଅ ।
ଦ୍ୱିତୀୟ ବିବରଣ ୮:୧୧
ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।
ସେଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ?... ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ?
ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ, ମୋ’ ପାଖରୁ ଦୂର ହୁଅ ।
ମାଥିଉ ୭:୨୧-୨୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି