ସମସ୍ତ ମାନବଜାତି ଯେପରି ଜୀବନ ପାଆନ୍ତି, ଏହି ପ୍ରଗାଢ଼ ଇଚ୍ଛାରେ ପରମେଶ୍ୱର ନିସ୍ତାର ପର୍ବର ମହାନ ପ୍ରତିଜ୍ଞା ସ୍ଥାପନ କଲେ। କ୍ରୁଶରେ ନିଜ ମୃତ୍ୟୁର ପୂର୍ବ ରାତିରେ, ସେ ନିଜର ଅନ୍ତିମ ଇଚ୍ଛା ଜଣାଇ ଆଜ୍ଞା ଦେଲେ, “ତୁମ୍ଭେମାନେ ଅବଶ୍ୟ ନିସ୍ତାର ପର୍ବ ପାଳନ କରିବ।”
ପରମେଶ୍ୱରଙ୍କ ଦ୍ୱାରା ପାଳନ କରିବାକୁ ଆଜ୍ଞା ଦିଆଯାଇଥିବା ନିସ୍ତାର ପର୍ବକୁ ମନୁଷ୍ୟ କେବେହେଲେ ଉଚ୍ଛେଦ କରିପାରିବ ନାହିଁ। ଯେପରି ମିଶରରେ ଦୀର୍ଘକାଳ ଦାସତ୍ୱରେ ଥିବା ଇସ୍ରାଏଲୀୟମାନେ ନିସ୍ତାର ପର୍ବ ଦ୍ୱାରା ମୁକ୍ତ ହେଲେ, ସେହିପରି ମୃତ୍ୟୁର ଶୃଙ୍ଖଳରେ ବନ୍ଦୀ ଥିବା ସମସ୍ତ ମାନବଜାତି ପାଇଁ ନିସ୍ତାର ପର୍ବର ସତ୍ୟ ହିଁ ମୁକ୍ତିର ଏକମାତ୍ର ପଥ ଅଟେ।
ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୋଟୀ ପର୍ବର ସେହି ଦିନ ଉପସ୍ଥିତ ହେଲା;... ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। ଆଉ, ସେ ସେମାନଙ୍କୁ କହିଲେ, ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକା; ବାଞ୍ଛା କଲି; ଲୂକ ୨୨:୭–୧୫
ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କ-ଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନ; ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ଯୋହନ ୬:୫୩–୫୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି