ମାନବଜାତିର ପରିତ୍ରାଣ ନିମନ୍ତେ, ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ ଦେଇଅଛନ୍ତି ଏବଂ ନୂତନ ନିୟମର ସ୍ଥାପନ କରିଅଛନ୍ତି । ଯେପରି ଶଲୋମନ ମାତୃ ପ୍ରେମର ପ୍ରବୃ୍ତ୍ତି ମାଧ୍ୟମରେ ଶିଶୁର ପ୍ରକୃତ ମାତା କିଏ ତାହା ନିର୍ଦ୍ଧାରଣ କରିବାରେ ସକ୍ଷମ ହୋଇଥିଲେ, ସେହିପରି ଏହି ଯୁଗରେ ମଧ୍ୟ, ପରମେଶ୍ୱର ସେହି ଲୋକମାନଙ୍କୁ ଚିହ୍ନନ୍ତି ଯେଉଁମାନେ ନୂତନ ନିୟମର ପାଳନ କରନ୍ତି, ଯେଉଁମାନଙ୍କୁ ପରମେଶ୍ୱର ଅଜ୍ଞା ଦେଇଅଛନ୍ତି, ତାହାଙ୍କ ମନୋନୀତ ସନ୍ତାନ ଭାବରେ ତାହାଙ୍କୁ ପରିତ୍ରାଣର ଆଶୀର୍ବାଦ ପ୍ରଦାନ କରନ୍ତି ।
ଆଜି, ଚର୍ଚ୍ଚ ଅଫ୍ ଗଡ୍ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ନୂତନ ଯିରୂଶାଲମ ସ୍ୱର୍ଗୀୟ ମାତାଙ୍କ ମାର୍ଗଦର୍ଶନକୁ ଅନୁସରଣ କରେ । ସେମାନେ ହଜିଯାଇଥିବା ନୂତନ ନିୟମକୁ ପୁନଃସ୍ଥାପିତ କଲେ, ଯେପରିକି ବିଶ୍ରାମ ଦିନ ଏବଂ ନିସ୍ତାର ପର୍ବ ଏବଂ ଆମ୍ଭମାନଙ୍କ ଆତ୍ମାର ପରିତ୍ରାଣ ନିମନ୍ତେ ଆବଶ୍ୟକ ସମସ୍ତ ଶିକ୍ଷା ପ୍ରଦାନ କଲେ, ଯାହାକି ଆମ୍ଭମାନଙ୍କ ବିଶ୍ୱାସର ଲକ୍ଷ୍ୟ ଅଟେ । ସେଥିପାଇଁ କେବଳ ଚର୍ଚ୍ଚ ଅଫ୍ ଗଡ୍ ନିକଟରେ ହିଁ ପରିତ୍ରାଣର ପ୍ରତିଜ୍ଞା ଅଛି ।
ସଦାପ୍ରଭୁ ଏହି କଥା କହନ୍ତି; ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ତ ନିବାରଣ କରିବା ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି, ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ, ତଦ୍ଦ୍ଵାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି । ଆମୋଷ ୨:୪
ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେହେଁ ତାହାଙ୍କଠାରେ ବିଶ୍ଵାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ଵାସର ଲକ୍ଷ୍ୟ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ । ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ, ୧ ପିତର ୧:୮-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି