ଏହି ଯୁଗରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଭବିଷ୍ୟବାଣୀ ଅନୁସାରେ ଏହି ପୃଥିବୀକୁ ଆସି ଚର୍ଚ୍ଚ ଅଫ୍ ଗଡ୍ ପ୍ରତିଷ୍ଠା କଲେ ଏବଂ “ମୁଁ ମାତାଙ୍କୁ ଅନୁସରଣ କରେ” ବୋଲି କହି ସ୍ୱର୍ଗୀୟ ମାତା ଯିରୂଶାଲମଙ୍କୁ ଜ୍ଞାତ କରାଇଲେ। ଠିକ୍ ଭବିଷ୍ୟବାଣୀ ଅନୁସାରେ, ସ୍ୱର୍ଗୀୟ ମାତା ଯିରୂଶାଲମଙ୍କ ମହିମା ଏହି ଅନ୍ଧକାରମୟ ଜଗତରେ ଆଶାର ଆଲୋକ ହୋଇଅଛି।
ଏହା ପରମେଶ୍ୱରଙ୍କ ଦ୍ୱାରା ପରିଚାଳିତ ସୁସମାଚାର ବୋଲି ବିଶ୍ୱାସ କରି ସଦସ୍ୟମାନେ ଯିରୂଶାଲମଙ୍କ ଆଲୋକ ପ୍ରକାଶ କରିବାରୁ, ସମଗ୍ର ବିଶ୍ୱରୁ ବିଭିନ୍ନ ଭାଷା ଓ ସଂସ୍କୃତିର ଲୋକମାନେ ଦ୍ରୁତ ଗତିରେ ସିୟୋନକୁ ଫେରି ଆସୁଛନ୍ତି। ଯେଉଁ ସନ୍ତାନମାନେ ଭବିଷ୍ୟବାଣୀଗୁଡ଼ିକୁ ବିଶ୍ୱାସ କରି ସ୍ୱର୍ଗୀୟ ମାତା ଯିରୂଶାଲମଙ୍କ ଗୌରବ ପ୍ରକାଶ କଲେ, ସେମାନଙ୍କ ପାଇଁ ପରମେଶ୍ୱର ତାହାଙ୍କର ଏହି ପ୍ରତିଜ୍ଞା ପୂରଣ କରନ୍ତି: “ସେମାନେ ତାହା ସଦାକାଳ ପାଇଁ—ହଁ, ଯୁଗେ ଯୁଗେ ଅଧିକାର କରିବେ।”
କାରଣ, ଦେଖ, ଅନ୍ଧକାର ପୃଥିବୀକି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। ଯିଶାଇୟ ୬୦:୨–୩
ମାତ୍ର ସର୍ବୋପରିସ୍ଥଙ୍କର ପବିତ୍ରଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିର କାଳ, ଅର୍ଥାତ୍, ଅନ; କାଳ ଯାଏ ରାଜ୍ୟ ଭୋଗ କରିବେ। ଦାନିୟେଲ ୭:୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି