ପବିତ୍ର ଆତ୍ମାଙ୍କ ଯୁଗରେ, ପରମେଶ୍ୱର ବାଇବଲରେ ଭବିଷ୍ଯଦ୍ବାଣୀ କରିଥିଲେ ଯେ ସ୍ତ୍ରୀ ଏବଂ ତାହାଙ୍କର ଅବଶିଷ୍ଟ ସନ୍ତାନ ଏବଂ ଶୟତାନ ଏବଂ ତାହାଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଏକ ମହାନ ଆତ୍ମିକ ଯୁଦ୍ଧ ହେବ । ଯେତେବେଳେ ପରମେଶ୍ୱର ଏହା ନିଶ୍ଟିତ କରନ୍ତି ଯେ କେଉଁମାନେ ପରିତ୍ରାଣ ପ୍ରାପ୍ତ କରିବେ ଏବଂ କେଉଁମାନେ ନାହିଁ ସେମାନଙ୍କୁ ସେମାନଙ୍କଠାରୁ ପୃଥକ କରନ୍ତି, କେବଳ ସେହି ସ୍ତ୍ରୀର ପକ୍ଷରେ ଛିଡ଼ା ହୋଇ, ଯିଏକି ମାତା ପରମେଶ୍ୱର ଅଟନ୍ତି, ଆମ୍ଭେମାନେ ସେହି ମହାନ ଆତ୍ମିକ ଯୁଦ୍ଧରେ ବିଜୟ ଲାଭ କରିପାରିବା ଏବଂ ପରିତ୍ରାଣର ଆଶୀର୍ବାଦ ପ୍ରାପ୍ତ କରିପାରିବା ।
ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଆମ୍ଭମାନଙ୍କୁ ସାଂସାରିକ ପାରିବାରିକ ପ୍ରଣାଳୀ ଏବଂ ହବାଙ୍କ ସୃଷ୍ଟିର ପ୍ରକ୍ରିୟାରେ ସ୍ପଷ୍ଟ ଭାବରେ ଜଣାଇଲେ ଯେ ମାତା ପରମେଶ୍ୱରଙ୍କର ଅସ୍ତିତ୍ୱ ଅଛି ଏବଂ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନଙ୍କୁ, ଯିଏକି ସ୍ତ୍ରୀର ଅବଶିଷ୍ଟ ସନ୍ତାନ ଅଟନ୍ତି, ଜଗତରେ ଯିରୂଶାଲମ ମାତାଙ୍କର ଗୌରବ ପ୍ରଚାର କରିବା ଉଚିତ୍ ।
ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା । ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା । ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି ... ପ୍ରକାଶିତ ବାକ୍ୟ ୧୨:୧୭-୧୩:୧
ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ ଦିନ କି ରାତି କଦାଚ ନୀରବ ନୋହିବେ । ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ । ଯିଶାଇୟ ୬୨:୬-୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି