ଯେପରି ଲେଖାଅଛି, “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ,” ଏବଂ ଯେପରି ଯୀଶୁ କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, . . . ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ,” ସ୍ୱର୍ଗରାଜ୍ୟର ମହିମା ନିମନ୍ତେ ଜୀବନଯାପନ କରୁଥିବା ସମସ୍ତଙ୍କ ଜୀବନରେ କିଛି ସମୟ ପାଇଁ ଦୁଃଖକଷ୍ଟ ଆସିବା ନିଶ୍ଚିତ।
ଏଷୌ ଏବଂ ଯିହୂଦା ଇଷ୍କାରିୟୋତ ପାପର ସୁଖକୁ ଅନୁସରଣ କରି ଶାରୀରିକ ଭାବରେ ଜୀବନଯାପନ କଲେ ଏବଂ ଶେଷରେ ସ୍ୱର୍ଗର ରାଜ୍ୟର ଆଶୀର୍ବାଦ ହରାଇଲେ। କିନ୍ତୁ, ମୋଶା, ଯାକୁବ, ଦାନିୟେଲ ଏବଂ ତାଙ୍କର ତିନି ବନ୍ଧୁ ସ୍ୱର୍ଗର ସୁଖକୁ ଅଧିକ ମୂଲ୍ୟ ଦେଇ କଷ୍ଟକୁ ଜୟ କଲେ। ସେହିପରି, ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନେ ପରମେଶ୍ୱରଙ୍କ ଦ୍ୱାରା ପ୍ରତିଜ୍ଞା କରାଯାଇଥିବା ସ୍ୱର୍ଗର ସୁଖ ଉପରେ ନିଜର ଭରସା ରଖନ୍ତି, ଏବଂ ତାହାଙ୍କ ଆଜ୍ଞା ଅନୁଯାୟୀ ନୂତନ ନିୟମର ବିଶ୍ରାମ ର ଦିନ ଓ ନିସ୍ତାର ପର୍ବର ଆଶୀର୍ବାଦ ପ୍ରଚାର କରିବାରେ ନିଜକୁ ଉତ୍ସର୍ଗ କରନ୍ତି।
ବିଶ୍ଵାସ ଦ୍ଵାରା ମୋଶା ବୟସ ପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ; ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ଵରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ, ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ। ଏବ୍ରୀ ୧୧:୨୪–୨୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି