ଯେପରି ପାରସ୍ୟର ରାଜା କୋରସ୍ ବାଇବଲରେ ନିଜ ବିଷୟରେ ଥିବା ଭବିଷ୍ୟବାଣୀ ପାଇ ଅଭିଭୂତ ହୋଇ ଇସ୍ରାଏଲୀୟମାନଙ୍କୁ ବନ୍ଦୀଦଶାରୁ ମୁକ୍ତ କଲେ ଓ ଯିରୂଶାଲମରେ ମନ୍ଦିର ନିର୍ମାଣ କରାଇଲେ, ସେହିପରି ଆମେ ମଧ୍ୟ ବାଇବଲରେ ଲିପିବଦ୍ଧ ଭବିଷ୍ୟବାଣୀଗୁଡ଼ିକୁ ବିଶ୍ୱାସ କରିବା ଉଚିତ୍। କୋରସ୍ଙ୍କ ପରି ସେହି ଗଭୀର ଆନନ୍ଦରେ ପରିପୂର୍ଣ୍ଣ ହୋଇ, ଆମର ସମସ୍ତ ହୃଦୟ ଓ ସମସ୍ତ ପ୍ରାଣରେ ପରମେଶ୍ୱରଙ୍କ ଆଜ୍ଞାପ୍ରାପ୍ତ ସୁସମାଚାର ପ୍ରଚାର କରିବା ଉଚିତ୍।
ଯୀଶୁ ଯେପରି ଦଶ ମୀନାର ଦୃଷ୍ଟାନ୍ତରେ ଶିକ୍ଷା ଦେଇଛନ୍ତି, ସେ ପରମେଶ୍ୱରଙ୍କ ବାକ୍ୟକୁ ଭୟଭକ୍ତି କରୁଥିବା ଲୋକମାନଙ୍କୁ ଏକ ଗୌରବମୟ ଭବିଷ୍ୟତର ପ୍ରତିଜ୍ଞା ଦେଇଛନ୍ତି: ସେମାନେ ଯୁଗେ ଯୁଗେ ପରମେଶ୍ୱରଙ୍କ ସହିତ ରାଜତ୍ୱ କରିବେ ଏବଂ ସ୍ୱର୍ଗର ରାଜ୍ୟରେ ଅନନ୍ତ ମହିମା ପାଇବେ—ଏକ ଏପରି ସ୍ଥାନ ଯେଉଁଠାରେ ଆଉ ମୃତ୍ୟୁ କି ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ।
ପରେ ମୁଁ ଏକ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶ- ମଣ୍ତଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନ ଥିଲା। . . .ପୁଣି ଈଶ୍ଵର ସ୍ଵୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି। ପ୍ରକାଶିତ ବାକ୍ୟ ୨୧:୧–୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି