ଇସ୍ରାଏଲୀୟମାନଙ୍କ ଯାତ୍ରା ସମୟରେ, ସମଗ୍ର ମିଶର ଉପରେ ବିପତ୍ତି ପଡ଼ିଲା, କିନ୍ତୁ ଇସ୍ରାଏଲୀୟମାନଙ୍କ ଉପରେ କୌଣସି ବିପତ୍ତି ଆସିଲା ନାହିଁ। ପରମେଶ୍ୱରଙ୍କ ନିୟମ ଥିବା ସ୍ଥାନ ଏବଂ ନ ଥିବା ସ୍ଥାନ ମଧ୍ୟରେ ଏହା ହିଁ ସ୍ପଷ୍ଟ ପାର୍ଥକ୍ୟ ଥିଲା। ପରମେଶ୍ୱର ଏକ ମହାନ ପ୍ରତିଜ୍ଞା ଦେଇଛନ୍ତି ଯେ ଯେଉଁଠାରେ ତାହାଙ୍କ ଆଜ୍ଞା—ନୂତନ ନିୟମର ନିସ୍ତାର ପର୍ବ—ପାଳନ କରାଯାଏ, ସେଠାରେ ତାହାଙ୍କ ଲୋକମାନେ ଭିତରକୁ ଆସିବା ବେଳେ ଓ ବାହାରକୁ ଯିବା ବେଳେ ଆଶୀର୍ବାଦ ପ୍ରାପ୍ତ ହେବେ, ଏବଂ ସେ ସେମାନଙ୍କୁ ପୃଥିବୀର ସମସ୍ତ ଜାତି ଅପେକ୍ଷା ଶ୍ରେଷ୍ଠ କରିବେ।
ଭବିଷ୍ୟଦ୍ବକ୍ତା ଯିଶାଇୟ, ସଫନିୟ ଓ ପିତର ସାକ୍ଷ୍ୟ ଦିଅନ୍ତି ଯେ, ଜଗତ ପରମେଶ୍ୱରଙ୍କ ନୂତନ ନିୟମ, ଯଥା ବିଶ୍ରାମ ଦିନ ଓ ନିସ୍ତାର ପର୍ବ, ପାଳନ କରୁ ନ ଥିବାରୁ ଏହି ପୃଥିବୀ ଉପରେ ଅଗ୍ନିର ଏକ ମହା ବିପର୍ଯ୍ୟୟ ଆସିବ। ବାଇବଲ ସାକ୍ଷ୍ୟ ଦିଏ ଯେ, କେବଳ ପରମେଶ୍ୱରଙ୍କ ନିୟମ ପାଳନ କରିବା ଦ୍ୱାରା ହିଁ ମାନବଜାତି ପିତା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ସନ୍ତାନ ହୋଇଥାଏ ଏବଂ ସମସ୍ତ ବିପର୍ଯ୍ୟୟରୁ ପରମେଶ୍ୱରଙ୍କ ସୁରକ୍ଷା ପ୍ରାପ୍ତ କରେ।
ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଯେ ଯେ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମ୍ଭେ ତାହାଙ୍କ ରବରେ ଯନିପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ। ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ। . . . ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରେ ଯିବା ବେଳେ ଧନ୍ୟ ହେବ। ଦ୍ୱିତୀୟ ବିବରଣ ୨୮:୧–୬
ଆଉ, ତୁମ୍ଭେ ଏହିସବୁ କଥା ଏ ଲୋକମାନଙ୍କ ନିକଟରେ ଯେତେବେଳେ ପ୍ରକାଶ କରିବ ଓ ସେମାନେ ତୁମ୍ଭକୁ କହିବେ, ସଦାପ୍ରଭୁ କାହିଁକି ଏହିସବୁ ମହା ଅମଙ୍ଗଳର କଥା ଆମ୍ଭମାନଙ୍କ ବିରୁଦ୍ଧରେ କହିଅଛନ୍ତି? ଅବା ଆମ୍ଭମାନଙ୍କର ଅପରାଧ କି? ଅବା ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵରଙ୍କ ବିରୁଦ୍ଧରେ କି ପାପ କରିଅଛୁ? . . . ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଅନ୍ୟ ଦେବଗଣର ପଶ୍ଚାଦ୍ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି, ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି; ଯିରିମୀୟ ୧୬:୧୦–୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି