ଯେହେତୁ ବାଇବଲର ୬୬ଟି ପୁସ୍ତକରେ ଉଦ୍ଧାରକର୍ତ୍ତାଙ୍କ ନିକଟକୁ ଆସିବାର ମାର୍ଗ ଏବଂ ଅସତ୍ୟରୁ ସତ୍ୟକୁ ଚିହ୍ନିବାର ଜ୍ଞାନ ରହିଛି, ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଚେତାବନୀ ଦିଅନ୍ତି ଯେ ବାଇବଲରେ କିଛି ଯୋଗ କରିବା କିମ୍ବା ଲୋପ କରିବା ନାହିଁ, ବରଂ କେବଳ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଚାଲିବା । ଦୁଇ ହଜାର ବର୍ଷ ପୂର୍ବେ, କେବଳ ଯୀଶୁ ଚିତ୍କାର କରିଥିଲେ, “ଜୀବନଦାୟକ ଜଳ ପ୍ରାପ୍ତ କରିବା ପାଇଁ ମୋ’ ନିକଟକୁ ଆସ,” କିନ୍ତୁ ସେ ଆମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ବର୍ତ୍ତମାନ ଆମ୍ଭମାନଙ୍କୁ ଜୀବନଦାୟକ ଜଳ ପ୍ରାପ୍ତ କରିବା ଏବଂ ଅନନ୍ତ ଜୀବନ ପାଇବା ପାଇଁ ଆତ୍ମା ଓ କନ୍ୟାଙ୍କ ନିକଟକୁ ଆସିବା ଉଚିତ୍ ।
ଯିଶାଇୟ ଭବିଷ୍ୟବାଣୀ କରିଥିଲେ ଯେ ପରମେଶ୍ୱର ତାହାଙ୍କ ସନ୍ତାନମାନଙ୍କୁ ଜୀବନଦାୟକ ଜଳର ସ୍ରୋତ ନିକଟକୁ କଢ଼ାଇନେବେ, ଏବଂ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍, ପବିତ୍ର ଆତ୍ମା ଯିଏକି ବାଇବଲର ସମସ୍ତ ଭବିଷ୍ୟବାଣୀ ପୂରଣ କରିଅଛନ୍ତି, ମାନବଜାତିକୁ ସ୍ୱର୍ଗୀୟ ମାତା ଯିରୂଶାଲମ, ପବିତ୍ର ଆତ୍ମାଙ୍କ କନ୍ୟା ଏବଂ ଜୀବନଦାୟକ ଜଳର ସ୍ରୋତ ନିକଟକୁ ନେଇଯାଆନ୍ତି ।
ଆତ୍ମା ଓ କନ୍ୟା କହନ୍ତି, ଆସ । ପୁଣି ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ । ପ୍ରକାଶିତ ବାକ୍ୟ ୨୨:୧୭
ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ ... ... କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ-ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ । ଯିଶାଇୟ ୪୯:୮-୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି